ରାଉରକେଲା: ରାଉରକେଲା ମହାନଗର ନିଗମ ତରଫରୁ ମଙ୍ଗଳବାର ସ୍ଥାନୀୟ ହୃଷୀକେଶ ରାୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା କରି ଲୋକମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକ ଶୁଣିବା ସହ ଏଗୁଡ଼ିକର ତ୍ଵରିତ ସମାଧନ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଜନଶୁଣାଣିରେ ୱାର୍ଡ ନମ୍ବର ୧୯, ୨୦, ୨୧ ଓ ୨୨ ଅଧିନରେ ଥିବା ମାଲଗୋଦାମ, ମଧୁସୂଦନପାଲ୍ଲୀ ଓ ରେଲୱେ କଲୋନୀର ଅଭିଯୋଗକାରୀ ଶୁଣାଣି ସ୍ଥଳରେ ପହଞ୍ଚି ନିଜ ନିଜର ବିଭିନ୍ନ ଅଭିଯୋଗ ତଥା ସମସ୍ୟା ଗୁଡ଼ିକ ଦାଖଲ କରିଥିଲେ। ସେଥିମଧ୍ୟରେ ଡ୍ରେନ୍ ସମସ୍ୟା, ଷ୍ଟ୍ରିଟ ଲାଇଟ, ରାସ୍ତା ନିର୍ମାଣ, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ, ବାର୍ଦ୍ଧକ୍ୟ ଭତ୍ତା, ବିଦ୍ୟାଳୟର ବିଭିନ୍ନ ସମସ୍ଯା ଆଦି ଅଭିଯୋଗ ଅନ୍ତର୍ଭୁକ୍ତ ଥିଲା। ଏଥିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକଙ୍କ ସହ ଡେପୁଟି କମିଶନର ଶ୍ରୀମତୀ ଅନୀତା ନାୟକ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।