କୋଭିଡ ମହାମାରୀର ଭୟାବହତା କୁ ଭ୍ରୁକ୍ଷେପ ନକରି ହିନ୍ଦୁ ସୋସାଇଟି ଅଫ ମିନ୍ନେସୋଟା (ଏଚ.ଏସ୍.ଏମ.ଏନ) ମାନବ ସମାଜ ପାଇଁ ଅଦମ୍ୟ ପ୍ରେରଣାର ଆଲୋକବର୍ତ୍ତିକା ସାଜିଥିବା ଯୁକ୍ତରାଷ୍ଟ୍ର ଆମେରିକା ର ସିନେଟ୍ ସଦସ୍ୟ ଆମି କ୍ଲୋବୁଚର୍ ମତବ୍ୟକ୍ତ କରିଛନ୍ତି। ମିନ୍ନେସୋଟା ରାଜ୍ୟର ମାପଲଗ୍ରୋଭ ନଗରରେ ପୁରୀ ପରେ ବିଶ୍ଵର ଦ୍ଵିତୀୟ ଗୁଣ୍ଡିଚା ମନ୍ଦିର କୁ ଶୁଭ ଉଦଘାଟନ କରି ଶ୍ରୀମତୀ କ୍ଲୋବୁଚର , ତାଙ୍କ ରାଜ୍ୟରେ ଶାନ୍ତି, ସଂହତି ଏବଂ ପ୍ରଗତି କୁ ବଜାୟ ରଖିବା ନେଇ ଏଚଏସଏମଏନ୍ ର ପ୍ରଭାବଶାଳୀ ଅବଦାନକୁ ଭୂରି ଭୂରି ପ୍ରଶଂସା କରିଥିଲେ। ବିଶେଷ କରି ଡଃ ସୀତକଣ୍ଠ ଦାଶ ଙ୍କର ଅଧକ୍ଷ ଦାୟିତ୍ଵ ଗ୍ରହଣ କରିବା ପରେ ଏଚଏସଏମଏନ୍ ପରିଚାଳନାଧୀନ ହିନ୍ଦୁ ମନ୍ଦିରର ବ୍ୟାପକ ବିକାଶ ସାଧନ ହୋଇଥିବା ସେ ଉଲ୍ଲେଖ କରିଥିଲେ। ଏହା ମଧ୍ୟରେ ପୂଜାରୀ ଓ କର୍ମଚାରୀ ମାନଙ୍କ ପାଇଁ କ୍ଵାଟରସ ନିର୍ମାଣ, ସୌରଶକ୍ତି କାରଖାନା ସ୍ଥାପନ, ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ପ୍ରଣୟନ, ଗୋପୁରମର ନବୀକରଣ ଏବଂ ଗୁଣ୍ଡିଚା ମନ୍ଦିର ପ୍ରତଷ୍ଠା ଆଦି ଅନ୍ତର୍ଭୁକ୍ତ ବୋଲି ସିନେଟର ଆମି ସୂଚାଇଥିଲେ। ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ମେୟର ମାର୍କ ଷ୍ଟିଫେନସନ୍ ଗୁଣ୍ଡିଚା ମନ୍ଦିରର ଶୁଭାରମ୍ଭ ପାଇଁ ଏଚଏସଏମଏନ୍ ର ସଦସ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ହିନ୍ଦୁ ମନ୍ଦିରର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।