ଆଫଗାନିସ୍ତାନର ହେରାଟ ପ୍ରଦେଶରେ ଭୂକମ୍ପ ; ମୃତ୍ୟୁ ସଂଖ୍ୟା ୩୨୦କୁ ବୃଦ୍ଧି । ସେହିପରି ଏଥିରେ ୬୦୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୨ଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।ହେରାଟର ଜିନ୍ଦା ଜାନ ଓ ଘୋରୟାନ ଜିଲ୍ଲାରେ ୧୨ଟି ଗାଁରେ ପୂରା ଧ୍ୱଂସ ହୋଇଯାଇଛି। ଫରାହ ଓ ବାଦଗୀସ ପ୍ରଦେଶରେ ମଧ୍ୟ ଭୂକମ୍ପର ପ୍ରଭାବ ପଡ଼ିଛି।
ଗତକାଲି ପ୍ରାୟ ୬ ଥର ଭୂକମ୍ପ ହୋଇଥିଲା। ତେବେ ସବୁଠୁ ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଥିଲା।
ଆଫଗାନିସ୍ତାନ ଏକ ଭୂକମ୍ପ ପ୍ରବଣ ଦେଶ। ୨୦୨୨ରେ ପୂର୍ବ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିଲା, ଯେଉଁଥିରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଓ ୧୫୦୦ରୁ ଅଧିକ ଆହତ ହୋଇଥିଲେ।