ଆଫଗାନିସ୍ତାନରେ ପୁଣି ଥରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ,., ଯାହାଫଳରେ ଘରଦ୍ୱାରା ସବୁଠି ପାଣି ଭତ୍ତର୍ତ୍ତି ହେବା ସହ ଘର ଭାଙ୍ଗି ଯାଇ ମାଟିରେ ମିଶିଯାଇଛି । ପ୍ରବଳ ବର୍ଷା ଯୋଗୁଁ ୪୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭୩ ଜଣ ଆହତ ଥିବା ସୂଚନା ମିଳିଛି ।
ସୂଚନା ଓ ସଂସ୍କୃତି ବିଭାଗର ପ୍ରାଦେଶିକ ନିର୍ଦ୍ଦେଶକ ସେଦିକୁଲ୍ଲା କୁରେଶୀ କହିଛନ୍ତି ଯେ ନାଙ୍ଗରହାର ପ୍ରଦେଶରେ ମଧ୍ୟ ଅନେକ ଲୋକ ଆହତ ହୋଇଛନ୍ତି। କୁରେସି କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ଅଛନ୍ତି ଯେଉଁମାନେ ସୁରଖ ରୋଡ୍ ଜିଲ୍ଲାରେ ଏକ ଘରର ଛାତ ଭୁଶୁଡ଼ି ପଡ଼ିବା କାରଣରୁ ମୃତ୍ୟୁବରଣ କରିଛନ୍ତି।
ଏହି ଦୁର୍ଘଟଣାରେ ପରିବାରର ଅନ୍ୟ ୪ ଜଣ ଆହତ ହୋଇଛନ୍ତି।ସେଦିକୁଲ୍ଲା କୁରେଶୀ କହିଛନ୍ତି ଯେ ପ୍ରାକୃତିକ ବିପର୍ୟ୍ୟୟରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ଅଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଧନଜୀବନ ଓ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି। ନାଙ୍ଗରହାରସ୍ଥିତ ଆଞ୍ଚଳିକ ଡାକ୍ତରଖାନାର ମୁଖ୍ୟ ଅମିନୁଲ୍ଲା ସରିଫ୍ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୭୩ ଜଣ ଆହତଙ୍କୁ ପ୍ରାଦେଶିକ ରାଜଧାନୀ ଜଲାଲାବାଦ ଏବଂ ଏହାର ଆଖପାଖ ଜିଲ୍ଲାକୁ ଚିକିତ୍ସା ପାଇଁ ଅଣାଯାଇଛି।