ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଗିରଫ । ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆଜି ଭୋରରୁ ତାଙ୍କୁ ଗିରଫ କରାଯାଇଛି। ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ନନ୍ଦାଲ ଜିଲ୍ଲାର ବନଗନପଲ୍ଲୀରେ ଜନସଭାକୁ ସମ୍ବୋଧିତ କରିଥିଲେ । ଜନସଭାକୁ ସମ୍ବୋଧନ ପରେ ଭ୍ୟାନରେ ବିଶ୍ରାମ ନେଇଥିଲେ ଚନ୍ଦବାବୁ । ଶନିବାର ଭୋର ପ୍ରାୟ ୩ଟାରେ ଏପି ସିଆଇଡି ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବା ଲାଗି ପହଞ୍ଚିଥିଲା। ତେବେ ଦଳର କାର୍ଯ୍ୟକର୍ତ୍ତା ଓ ନେତା ସେମାନଙ୍କୁ ପ୍ରବଳ ବିରୋଧ କରିଥିଲେ।ଆଜି ସକାଳୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏୟାରଲିଫ୍ଟ କରି ନନ୍ଧାଲ ହସ୍ପିଟାଲକୁ ନିଆଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ ।
କୌଶଳ ବିକାଶ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଚନ୍ଦ୍ରବାବୁ ୨୫୦ କୋଟିର ଦୁର୍ନୀତି କରିଥିବା ଅଭିଯୋଗ ରହିଛି।
ଚନ୍ଦ୍ରବାବୁଙ୍କୁ ସିଆଇଡି ଗିରଫ କରିବା ସହ ତାଙ୍କ ପୁଅ ଲୋକେଶଙ୍କୁ ମଧ୍ୟ ପୂର୍ବ ଗୋଦାବରୀ ଜିଲ୍ଲା ପୁଲିସ୍ ହେପାଜତକୁ ନେଇଛି।