ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୭.୦୩): ଡ୍ରାଇଭର ଆନ୍ଦୋଳନ ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁ ନିଜ ବକ୍ତବ୍ୟ ରଖିଛନ୍ତି । ଡ୍ରାଇଭରମାନଙ୍କଠାରୁ ସହଯୋଗ ଲୋଡିଛନ୍ତି ପରିବହନ ମନ୍ତ୍ରୀ । ଗଣମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖିବାକୁ ଯାଇ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ୩ ମାସ ସମୟ ମଗାଯାଇଛି ସେଥିପାଇଁ ଆମେ ଆଶା କରୁଛୁ ସହଯୋଗ କରିବେ ବୋଲି ।