ସୋରଡ଼ା ବୋଡ଼ ସ୍କୁଲ ପଡିଆ ରେ ଆରମ୍ଭ ହୋଇଥିବା ଆନ୍ତଃ ଜିଲ୍ଲା ଋଷିକୁଲ୍ୟା ବଳିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ରେ ଗଜପତି ଜିଲ୍ଲା ଅଡବା ଓ ଆର ଉଦୟଗିରି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିଅର ସଂଗ୍ରାମ କେଶରୀ ମହାନ୍ତି ଯୋଗ ଦେଇ ମେଚ ଉଦଘାଟନ କରିଥିଲେ I ସମସ୍ତ ଖେଳାଳି ଙ୍କ ସହ କରମର୍ଦ୍ଦନ କରି ଆକର୍ଷଣ ଖେଳ ପ୍ରଦର୍ଶନ ପାଇଁ କହିଥିଲେ I ଭଲିବଲ ଶରୀର କୁ ସୁସ୍ଥ ରଖିବା କୁ ଏକ ଉତ୍ତମ କ୍ରୀଡା ବୋଲି କହିଥିଲେ Iଏଥିପାଇଁ କ୍ରୀଡ଼ାପ୍ରେମୀ ଙ୍କ ଉତ୍ସlହ ଦେଖିବାକୁ ମିଳିଥିଲା ଜିତେନ୍ଦ୍ର ପାଣ୍ଡେ, ସୟଦ ୱାସୀମ, ରାକେଶ ପ୍ରଧାନ, ମନୋଜ ପ୍ରଧାନ ଟୁନା ବେହେରା, ବିରୁ ପାଣ୍ଡେ ସମେତ ବହୁ ସଦସ୍ୟ ପରିଚାଳନା କରିଥିଲେl ପ୍ରଚଣ୍ଡ ଖରା ଯୋଙ୍ଗୁ ଦର୍ଶକ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ପ୍ରତି ମେଚ ଅପରାହ୍ନ ରେ ଖେଳା ଯିବା ସହ ଆବଶ୍ୟକ ହେଲେ ଲାଇଟ ଲଗାଯିବା ବ୍ୟବସ୍ଥା ହୋଇଥିବା ସଦସ୍ୟ ବୁଲୁ ପଣ୍ଡା କହିଛନ୍ତି ଡିଲୁ ମହାରଣା, ରାଜେନ୍ଦ୍ର ବେହେରା ସରୋଜ ବେହେରା ଉଦଘୋଷାକ ଭାବେ ଯୋଗ ଦେଇଥିଲେ l ଆସ୍କା ସତ୍ୟ ଗୁରୁଜୀ ରେଫେରୀ ଦାୟିତ୍ୱ ନିର୍ବାହ କରିଥିଲେ l