ସୋରଡ଼ା ବୋଡ଼ ସ୍କୁଲ ପଡିଆ ରେ ଆରମ୍ଭ ହୋଇଛି ଆନ୍ତଃ ଜିଲ୍ଲା ଋଷିକୁଲ୍ୟା ଭଲିବଲ ଟୁର୍ନାମେଣ୍ଟ I ରବିଵାର ଶୁଭାରମ୍ଭ ଦିବସ ରେ ଏନଏସି ନଗରପାଳ ଶିବଶଙ୍କର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆୟୋଜକ ସଭାପତି ସୟଦ ରିୟାଜ଼,ବରିଷ୍ଠ କ୍ରୀଡ଼ାବିତ ଶିବ ପ୍ରସାଦ ଦାସ, ଝୁଲୁ ପଣ୍ଡା ଏଥିରେ ସାନମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ଗଞ୍ଜାମ ଜିଲ୍ଲା ର ଭଞ୍ଜନଗର ର ଗୋଟିଏ ଦଳ , ବ୍ରହ୍ମପୁର ର ଦୁଇଟି ଦଳ ଗଜପତି ଜିଲ୍ଲା ର ପାଣି ଗଣ୍ଡା, ଆର ଉଦୟଗିରି, ଅଡବା, ମୋହନା ରୁ ଗୋଟିଏ ଲେଖାଏଁ ଦଳ କନ୍ଧମାଳ ଜିଲ୍ଲା ର ଦାରିଙ୍ଗବାଡି, ବାଲିଗୁଡା, ବରଖମା ରୁ ଗୋଟିଏ ଦଳ ମୋଟ 10 ଟି ଦଳ ଭାଗ ନେଇଛନ୍ତି l 16 ତାରିଖ ରୁ ଆରମ୍ଭ ହୋଇ 23 ଓ 24 ରେ ସେମି ଫାଇନାଲ 25 ତାରିଖ ରେ ଫାଇନାଲ ମେଚ ଅନୁଷ୍ଠିତ ହେବ l ଏଥିପାଇଁ କ୍ରୀଡ଼ାପ୍ରେମୀ ଙ୍କ ଉତ୍ସlହ ଦେଖିବାକୁ ମିଳିଛି l ଜିତେନ୍ଦ୍ର ପାଣ୍ଡେ, ସୟଦ ୱାସୀମ, ରାକେଶ ପ୍ରଧାନ, ମନୋଜ ପ୍ରଧାନ ଟୁନା ସେନାପତି ,ଡିଲୁ ମହାରଣା,ବିରୁ ପାଣ୍ଡେ ସମେତ ବହୁ ସଦସ୍ୟ ପରିଚାଳନା କରୁଛନ୍ତି lପ୍ରଚଣ୍ଡ ଖରା ଯୋଙ୍ଗୁ ଦର୍ଶକ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ପ୍ରତି ମେଚ ଅପରାହ୍ନ ରେ ଖେଳା ଯିବା ସହ ଆବଶ୍ୟକ ହେଲେ ଲାଇଟ ଲଗାଯିବା ବ୍ୟବସ୍ଥା ହୋଇଛି l ଡିଲୁ ମହାରଣା ଓ ରାଜେନ୍ଦ୍ର ବେହେରା ଉଦଘୋଷକ ଭାବେ ରହିଛନ୍ତି I ପ୍ରଥମ ଦିନରେ ବାଲିଗୁଡା ଓ ଦାରିଙ୍ଗବାଡି ମଧ୍ୟ ରେ ଖେଳ ଅନୁଷ୍ଠିତ ହୋଇଥିଲା I ରାଇକିଆ ରୁ ଆସିଥିବା ବରିଷ୍ଠ କ୍ରୀଡ଼ାବିତ ରଶ୍ମିରଂଜନ ତ୍ରିପାଠୀ ରେଫେରୀ ଦାୟିତ୍ୱ ସମ୍ପାଦନ କରିଥିଲେ I