ସୋରଡ଼ା ରେ ଆନ୍ତଃ ଜିଲ୍ଲା ଭଲିବଲଟୁର୍ନାମେଣ୍ଟ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ସ୍ଥାନୀୟ ଭାଲିଆପଡା ନିକଟ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ କ୍ରୀଡା ବିତ ଜିତେନ୍ଦ୍ର ପାଣ୍ଡେ, ମନୋଜ ପ୍ରଧାନ, ଟୁନା ସେନାପତି ଙ୍କ ପୌରାହିତ୍ୟ ରେ ଆୟୋଜିତ ବୈଠକ ରେ ସର୍ବ ସମ୍ମ ତି କ୍ରମେ ମହମ୍ମଦ ରିହାଜୁଦ୍ଦିନ ଙ୍କୁ ଟୁର୍ନାମେଣ୍ଟ ଆୟୋଜକ ସଭାପତି ଭାବେ ଘୋଷଣା କରାଗଲା l ଆସନ୍ତା ଫେବୃଆରୀ ମାସ ଦ୍ୱତୀୟ ସପ୍ତାହ ରେ ଏହା ଆୟୋଜନ ପାଇଁ ସ୍ଥିର ହୋଇଥିବା ବେଳେ ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବଛା ବଚ୍ଛା 10 ଟି ଦଳ ଯୋଗ ଦେବେ I ମେଚ ସମୟରେ ପାନୀୟ ଜଳ, ସ୍ୱଛତା, ଶୃଙ୍ଖଳା, ପ୍ରଚାର ପ୍ରସାର, ଖେଳାଳି ଙ୍କୁ ଉତ୍ତମ ବ୍ୟବହାର, ଦର୍ଶକ ପାଇଁ ସ୍ଥାନ, ଆକର୍ଷଣୀୟ ସାଜ ସଜା, ପଡିଆ ପ୍ରସ୍ତୁତି ଉପରେ ନିଷ୍ପତି ହୋଇଥିଲା I ସମସ୍ତ ମେଚ ପାଇଁ ବାହାରୁ ରେଫେରୀ ଅଣାଯିବା ସହ ଲିଗ, ସେମି, ଫାଇନାଲ ରେ ଦର୍ଶକ ଭିଡ଼ କୁ ଦୃଷ୍ଟିରେ ରଖି ଉତ୍ତମ ପରିଚାଳନା ପାଇଁ ଆଲୋଚନା ହୋଇଥିଲା I ଟୁର୍ନାମେଣ୍ଟ ମେଣ୍ଟ ସଭାପତି ଭାବେ ଜିତୁ ପାଣ୍ଡେ, ଉପ ସଭାପତି ମନୋଜ ପ୍ରଧାନ, ସମ୍ପାଦକ ଟୁନା ସେନାପତି, ସହ ସମ୍ପାଦକ ବାଗଦେବୀ ବେହେରା, କୋଷାଧ୍ୟକ୍ଷ ଏ ରାଜେନ୍ଦ୍ର ବେହେରା, ଜଗନ୍ନାଥ ସେଠି କମିଟି ସଦସ୍ୟ ଭାବେ ସୟଦ ୱାସୀମ, ସରୋଜ ପ୍ରଧାନ, ବିରୁ ପାଣ୍ଡେ, ଅବଧି ପ୍ରଧାନ, କାଳୀ ସାହୁ, ବୁଲୁ ପଣ୍ଡା, ଚିତ୍ତ ରଞ୍ଜନ ପ୍ରଧାନ, ଡିଲୁ ମହାରଣା, ସିଲୁ ଆଚାର୍ଯ୍ୟ, ଜଗନ୍ନାଥ ଗଉଡ଼, ସିମାଞ୍ଚଳ ଅଧିକାରୀ ପ୍ରମୁଖ ଏଗାର ଜଣିଆ କମିଟି ଗଠନ ମନୋନୀତ କରାଯାଇଥିଲା l ଏହା ଛଡା 15 ଜଣିଆ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛିl ବୈଠକ କୁ ବୁଲୁ ପଣ୍ଡା, ଝୁଲୁ ପଣ୍ଡା, ସରୋଜ ପ୍ରଧାନ, ସୟଦ ୱାସୀମ, ବିଚିତ୍ର ସାହୁ,ରାଜେନ୍ଦ୍ର ବେହେରା, ବିରୁ ପାଣ୍ଡେ,ରୁନା ମହାରଣା, ଇଲୁ ବେହେରା, ସୟଦ ରିୟାଜ ପ୍ରମୁଖ ପରିଚାଳନା କରିଥିଲେ |