ବଦଳୁଛି ଯୁବ ଗୋଷ୍ଠୀ ଙ୍କ ବିଚାର ଧାରା I ପିକନିକ ଋତୁ ଚାଲିଥିବା ବେଳେ ଯୁବ ବର୍ଗ ଗୋଷ୍ଠୀ ହୋଇ ବଣଭୋଜି, ଭ୍ରମଣ କାର୍ଯ୍ୟକ୍ରମ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି I କିନ୍ତୁ ସୋରଡ଼ା ସହର ର ଗୋଟିଏ ଶିକ୍ଷିତ ଯୁବ ଗୋଷ୍ଠୀ ନିଆରା ଢଙ୍ଗ ରେ ଶୀତରୁତୁ ପିକନିକ ଭ୍ରମଣ କରିଛନ୍ତି I ବ୍ଲକ ର ଆଦିବାସୀ ବହୁଳ ଜଙ୍ଗଲ ଘେରା ରାମ ନାମ ବାଡ଼ି ଅଞ୍ଚଳ ରେ ପହଂଚି ପାହାଡିଆ ସ୍ଥାନରେ ବାସ କରୁଥିବା ପରିବାର ମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଛନ୍ତି I ସେମାନଙ୍କ ସହ ଭାବ ବିନିମୟ କରିବା ସହ ମିଶିକରି ଫୋଟୋ ଉଠାଇ ପିକନିକ କରିଛନ୍ତି I ଲୋଭ, ମାୟା, ପରଶ୍ରୀ କାତରତା ମାନସିକତା କୁ ଘୃଣା କରୁଥିବା ସରଳ, ଶାନ୍ତ ଭାବନା ରେ କାଳ କାଟୁଥିବା ସେମାନଙ୍କ ସହ କିଛି ମୁହୂର୍ତ୍ତ ବିତାଇବା ଏକ ଅପୂର୍ବ ଆନନ୍ଦ ବୋଲି ସନ୍ତୋଷ ମହାରଣା ସାମାଜିକ ଗଣ ମାଧ୍ୟମରେ ସମାଜ କୁ ଜଣାଇଛନ୍ତି I ସତୀଶ ପାତ୍ର, ନରେନ୍ଦ୍ର କାର୍ଜି, ଅରୁଣ ବେହେରା, ପୂଜା ବେହେରା, ଗଙ୍ଗା ମୁନି, ବୁଲେଟ ପାତ୍ର, ଅନିଲ ପାତ୍ର ପ୍ରମୁଖ ଙ୍କ ବିଚାରଧାରା କୁ ସର୍ବସାଧାରଣ ରେ ପ୍ରଶଂସା କରାଯିବା ଶହ ଯୁବ ଗୋଷ୍ଠୀ ଏପରି ଭାବନା ରେ ଅନୁପ୍ରାଣିତ ହେବାକୁ କୁହାଯାଇଛି I