ଯାଜପୁର : ମୋନାଲିସା କେତେବେଳେ ମାଙ୍କଡକୁ ଧରି ଖେଳାନ୍ତି ତ କେତେବେଳେ ତାଙ୍କୁ ଖାଇବାକୁ ଦିଅନ୍ତି ତ ଆଉ କେତେବେଳେ ଗେହ୍ଲ କରି କାନ୍ଧରେ ବୁଲାଥାଆନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଆପଣମାନେ ଦେଖିଥିବେ । ଆଉ ଅନେକ ଭିଡିଓରେ ଆପଣ ଭଲ ପାଇବା ବି ଦେଇଛନ୍ତି । ଯାହାର ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଥାଆନ୍ତି । ଆଉ ୟ୍ୟୁଟୁବରୁ ଅଧିକ ଟଙ୍କା ବି ପାଇଁ ଥାଆନ୍ତି ।
ହେଲେ ପଶୁମାନଙ୍କୁ ଏମିତି ଘରେ ରଖି ବ୍ୟବହାର କରୁଥିବାରୁ ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଯାହା ପାଇଁ ଆଜି ଆତ୍ମସର୍ମପଣ କରିଛନ୍ତି ଯାଜପୁର ଜିଲ୍ଲାର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ଫତି ମୋନାଲିସା ଓ ତାଙ୍କ ସ୍ୱାମୀ । ମୋନାଲିସା ଜହଳ ଗାଁ ସ୍ଥିତ ଘରେ ମାଙ୍କଡ଼ ଓ ଘୋଡ଼ା ରଖିଥିଲେ। ସେମାନଙ୍କ ସହିତ ଫଟୋ ଉଠାଇ ପ୍ରତିଦିନ ସୋଶାଲ୍ ମିଡ଼ିଆ ଫେସବୁକରେ ପୋଷ୍ଟ କରୁଥିଲେ। । ପିସିସିଏଫ୍ ଓ କଟକ ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ ଗତ ରବିବାର ସକାଳେ ଯାଜପୁର ରୋଡ୍ ବନଖଣ୍ଡ ରେଞ୍ଜ ଅଫିସ୍ରଙ୍କ ନେତୃତ୍ୱରେ ୨ଟି ଟିମ୍ ତାଙ୍କ ଘରେ ଚଢ଼ଉ କରିଥିଲେ। ବନ ବିଭାଗ ମୋନାଲିଶାଙ୍କ ଘରୁ ଗୋଟିଏ ମାଙ୍କଡ଼ ଉଦ୍ଧାର କରିଥିଲା। ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ ଦିନ ତମାମ ଚେଷ୍ଟା କରିଥିଲା। ହେଲେ ଦମ୍ପତିଙ୍କ ପତ୍ତା ପାଇନଥିଲା ବନ ବିଭାଗ। ଖାଲି ହାତରେ ଫେରିଥିଲା। ପରେ ସେମାନଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ନମ୍ବର ୨୭୫/୨୪ରେ ଏକ ମାମଲା ରୁଜୁ କରାଯାଇଥିଲା। ଏତେ ସବୁ ଘଟଣା ପରେ ଆଜି ସକାଳେ ମୋନାଲିସା ଓ ତାଙ୍କ ସ୍ୱାମୀ ଆତ୍ମସମର୍ପଣ କରିଛନ୍ତି।