୬ ଦଫା ଦାବି ନେଇ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଂଟିଆ ନବରଙ୍ଗପୁର ବନ୍ଦ . ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଯୁବ ମୋର୍ଚ୍ଚା ସଭାପତିଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ ୨୬ ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି । ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତା ଉଭୟ ପାଶ୍ୱର୍ରେ ଅନେକ ଗାଡି ଅଟକି ରହିଛି ।
ନବରଙ୍ଗପୁର ଓ ଉମରକୋଟ ପେଣ୍ଡରାଣି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି କରିଛି ଦଳବ । ଏହା ସହ ଉମରକୋଟରେ ପ୍ରସ୍ତାବିତ ୫୦୦ କୋଟି ଟଙ୍କା ବ୍ୟୟରେ ଇଥାନଲ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ, ମେଡିକାଲରେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି ସହ ଉମରକୋଟକୁ ସବଡିଭିଜନ୍ ଦାବି ନେଇ ବନ୍ଦ ପାଳନ କରାଯାଉଛି । ତୁରନ୍ତ ଦାବି ପୂରଣ ନହେଲେ ଭବିଷ୍ୟତରେ ସଚିବାଳୟ ଆଗରେ ପ୍ରତିବାଦ ସହ ଧାରଣା ଦିଆଯିବ ବୋଲି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।