ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ। ସଂରକ୍ଷଣ ବଚାଓ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଦେଶର ବିଭିନ୍ନ ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ଗୁଡ଼ିକ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । । ଭାରତ ବନ୍ଦର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ଅନୁସୁଚିତ ଜାତି ଜନଜାତି ମିଳିତ ମଞ୍ଚର କର୍ମକର୍ତା ମାନେ ସହରର ବ୍ଲକ ଛକ, ନଳୀନି ଛକ ଓ କୁଞ୍ଜ ଛକ ଆଦି ସ୍ଥାନରେ ପିକେଟିଙ୍ଗ କରି ଗାଡି ମଟର ବନ୍ଦ କରିଛନ୍ତି । ଆଜି ସକାଳ ୬ଟାରୁ ସଂନ୍ଦ୍ୟା ୬ଟା ପର୍ୟ୍ୟନ୍ତ ୧୨ଘଣ୍ଟା ଧରି ବନ୍ଦ ପାଳନ କରୁଛନ୍ତି । ଏହି ବନ୍ଦ ପ୍ରଭାବରେ ଗାଡି ମଟର, ସ୍କୁଲ କଲେଜ ଓ ସମସ୍ତ ସରକାରୀ ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି । ଗତ ଅଗଷ୍ଟ ୧ତାରିଖ ଦିନ ସୁପ୍ରୀମ କୋର୍ଟ ଦେଇଥିବା କ୍ରୀମିଲେୟରଙ୍କୁ ସଂରକ୍ଷଣ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିରେ ଥିବା ସ୍ଵଚ୍ଛଳ ବର୍ଗଙ୍କୁ ବାଦ୍ ଦେଇ ଅବହେଳିତ ମାନଙ୍କୁ ଅଧିକ ସଂରକ୍ଷଣ ସୁବିଧା ପ୍ରଦାନ କରିପାରିବେ ବୋଲି ରାୟ ଶୁଣାଇଥିଲେ
ଆଗାମି ଦିନରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ଏହି ସଂରକ୍ଷଣକୁ ବାତିଲ କରିବାକୁ ଦାବୀ କରିଛନ୍ତି ମିଳିତ ମଂଚର କର୍ମକର୍ତା ମାନେ । କେବଳ ସଦର ମହକୁମା ନୁହେଁ ଜିଲ୍ଲାର ୬ ଟି ବ୍ଲକ ରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ଛକମାନଙ୍କରେ କର୍ମୀମାନେ ଗାଡ଼ି ମଟର ଅଟକାଇବା ସହିତ ପିକେଟିଙ୍ଗ କରୁଥିବା ଦେଖିବାକୁ ମିଳିଛି ।