ରାଉରକେଲା : ଆଜି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତର କାର୍ଯ୍ୟକ୍ରମ ରହିଛି । ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ର ଭିତ୍ତି ପକାଇବା ସହ ପ୍ରାୟ ୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ଏଥିସହ ରାଉରକେଲା ସ୍ମାର୍ଟ ସିଟି ଓ ଅନ୍ୟ ପ୍ରକଳ୍ପ ପାଇଁ ପ୍ୟାକେଜ୍ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ ବିପିୟୁଟି ପରିସରରେ ପ୍ରସ୍ତୁତ ହୋଇଛି ମଞ୍ଚ। ପୂର୍ବାହ୍ନ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଦିନ ୧୧ଟା ୨୦ରେ ରାଉରକେଲାରେ ପହଞ୍ଚିବେ । ପରେ ୧୧ଟା ୩୦ରେ ସଭାସ୍ଥଳରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ସଭାସ୍ଥଳରେ ଡିଜିଟାଲ୍ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିସହ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ ମୁଖ୍ୟମନ୍ତ୍ରୀ ।ମଧ୍ୟାହ୍ନ ୧୨ଟା ୩୫ରେ ମୁଖ୍ୟମନ୍ତ୍ରୀ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଫେରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଉରକେଲାରେ ଛାଇ ଯାଇଛି ବଡ ବଡ ପୋଷ୍ଟର ଆଉ ବ୍ୟାନର୍ । ଏହି ମେଗା ଇଭେଣ୍ଟକୁ ସଫଳ କରିବା ପାଇଁ ଜିଲ୍ଲାରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ , ୭୦ରୁ ଅଧିକ ବିଧାୟକ ଓ ଦଳର ବରିଷ୍ଠ ନେତା ।