<h3>ଭୁବନେଶ୍ୱର, ୧୦/୦୫/୨୪: ଆଜି ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିପାଇଁ ବିଜେପି କାର୍ଯା୍ୟଳୟ ବେଶ୍ ଚଳଚଞ୍ଚଳ ହୋଇଉଠିଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେବେ ନିର୍ବାଚନୀ ପ୍ରଚାରରେ ଏହା ତାଙ୍କର ଦ୍ୱିତୀୟ ଥର ଓଡିଶା ଗସ୍ତ । ତାଙ୍କର ଏହି ଗସ୍ତ ସମୟରେ ଆଜି ଭୁବନେଶ୍ୱରରେ ରୋଡ ସୋ ଏବଂ କାଲି ଅର୍ଥାତ୍ ଶନିବାର ଦିନ କନ୍ଧମାଳ, ବଲାଙ୍ଗୀର ଓ ବରଗଡର ତିନିଟି ବିଜୟ ସଂକଳ୍ପ ସମାବେଶରେ ବିଶାଳ ଜନସମାବେଶକୁ ଉଦ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସେ ରାତି ପ୍ରାୟ ୮ ଘଟିକା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଜନପଥ ନିକଟସ୍ଥ ବିଜେପି କାର୍ଯା୍ୟୟରେ ପହଞ୍ଚିବେ । ତାପରେ ରାତି ପ୍ରାୟ ୮ ଘଟିକା ୩୦ ମିନିଟ ସମୟରେ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ରୋଡ ସୋ ବେଳେ ୬ଟି ସ୍ଥାନରେ ଗାଡିରୁ ଓହ୍ଲାଇ ଲୋକଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଯଦିଓ ଛଅଟି ସ୍ଥାନରେ ହିଁ ଓହ୍ଲାଇ ଲୋକଙ୍କ ସହ ସାକ୍ଷାତ କରିବା ଧାର୍ଯ୍ୟ କାରାଯାଇଛି ତଥାପି ସେ ଅନ୍ୟ ସ୍ଥାନଗୁଡିକରେ ଓହ୍ଲାଇପାରନ୍ତି । ତେଣୁ ଏଥିପାଇଁ ବିଜେପି କର୍ମୀ ଓ ପୋଲିସ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିବ ପାରମ୍ପରିକ ବାଦ୍ୟ ଯନ୍ତ୍ର ଝାଞ୍ଜ, ମୃଦୁଙ୍ଗ, ଓଡିଶୀ ନୃତ୍ୟ ଏବଂ ଓଡିଶାର କଳା ଓ ଐତିହ୍ୟ ।</h3>