ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ରେଡିଓରେ ସମାଚାର, କାର୍ୟ୍ୟକ୍ରମ ଏବଂ ଗୀତ ଶୁଣିବା ଅନେକଙ୍କୁ ଖୁବ ଭଲ ଲାଗେ। କେବଳ ଭାରତରେ ନୁହେଁ ବିଶ୍ୱରେ ରେଡିଓର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହାର ଉଦାହରଣ ଆଜି ବି ଗ୍ରାମାଞ୍ଚଳରେ ରେଡିଓ ଦେଖିବାକୁ ମିଳେ। ଭାରତରେ ରେଡିଓ ପ୍ରସାରଣ ୮୭ ବର୍ଷରୁ ଅଧିକ ସମୟ ହୋଇଛି। ଭାରତରେ ପ୍ରଥମ ପ୍ରସାରଣର ମାଧ୍ୟମ ହେଉଛି ଅଲ୍ ଇଣ୍ଡିଆ ରେଡିଓ(ଇଓଜ)। ରେଡିଓ ପ୍ରସାରଣର ସ୍ମୃତିକୁ ମନେପକେଇବା ନେଇ ପ୍ରତିବର୍ଷ ‘ଜାତୀୟ ପ୍ରସାରଣ ଦିବସ’ ଭାବରେ ପାଳନ କରାଯାଏ। ଏହା ସହ ଜଡିତ ଅନେକ ପ୍ରଶ୍ନ ମଧ୍ୟ ପଚରାଯାଇଥାଏ। ତେବେ ଆଜିର ଏହି ଦିନ ଥିବାରୁ ଆସନ୍ତୁ ଏହାର ଇତିହାସ, ମହତ୍ତ୍ୱ, ଚଳିତ ବର୍ଷତ ଥିମ ଉପରେ ନଜର ପକେଇ ନେବା।
୧୮୮୦ରେ ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ଆବିଷ୍କୃତ ହୋଇଥିଲା। ୧୮୯୦ ମସିହାରେ ମାର୍କୋନିଙ୍କ ଦ୍ୱାରା ରେଡିଓ ଉଦ୍ଭାବନ କରାଯାଇଥିଲା, କିନ୍ତୁ ତାଙ୍କୁ ଏହାର ପେଟେଣ୍ଟ ରେକର୍ଡ ୧୮୯୬ରେ ମିଳିଥିଲା। ଏହା ପରେ ମାର୍କୋନି ରେଡିଓର ଉଦ୍ଭାବକ ଭାବରେ ବିବେଚିତ ହୋଇଥିଲେ। ଭାରତର ରାଜଧାନୀ ନୂଆଦିଲ୍ଲୀରେ ନବ ଭାରତର ନିର୍ମାଣ ଓ ଗଣମାଧ୍ୟମ ପ୍ରସାରଣ ଉପରେ ଏକ ସେମିନାର ଆୟୋଜନ କରାଯାଇ ପାଳନ କରାଯାଏ। ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍କୁ ନେଇ ଏହା ପାଳନ କରାଯାଏ। ଚଳିତ ବର୍ଷ ପାଇଁ ଏହାର ଥିମ୍ ହେଉଛି ‘ରେଡିଓ ଏବଂ ଶାନ୍ତି’। ୧୯୨୭ ମସିହାରେ, ଭାରତରେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ବ୍ରୋଡକାଷ୍ଟିଂ କମ୍ପାନୀ (ଆଇବିସି) ଅଧୀନରେ ବମ୍ବେ ଷ୍ଟେସନରୁ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା ଏବଂ ସେହି ଦିନଠାରୁ ପ୍ରତିବର୍ଷ ୨୩ ଜୁଲାଇରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି।