ଭୁବନେଶ୍ଵର : ଲଗାତର ପଞ୍ଚମ ଦିନରେ ଶାସକ-ବିରୋଧୀ ମୁହାଁମୁହିଁ। ଆଜି ବି ଚାଲି ପାରିଲାନି ଗୃହ। ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ୧୨ଟା ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି। ଗୃହର ମଧ୍ୟଭାଗକୁ ଆସି ଶାସକ-ବିରୋଧୀ ସଦସ୍ୟ ହୋହଲ୍ଲା କରିଛନ୍ତି। ମଣ୍ଡି ସମସ୍ୟାକୁ ନେଇ ବିରୋଧୀ ସଦସ୍ୟ ଅଡି ବସିଥିବା ବେଳେ ଗୃହରେ ସାନିଟାଇଜର ପିଇ ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ କ୍ଷମା ପ୍ରାର୍ଥନା ଦାବିରେ ଶାସକ ଦଳ ସଦସ୍ୟ ହୋହଲ୍ଲା କରିଛନ୍ତି।ଅପର ପକ୍ଷରେ ଗୃହ ୧୨ଟା ଯାଏଁ ମୁଲତବି ହେବାପରେ ବିଜେଡି ବିଧାୟକମାନେ ବିଧାନସଭାରୁ ରାଜଭବନ ଅଭିମୁଖେ ବାହାରିଛନ୍ତି। ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ଦେବାକୁ ବାହାରିଛି ଦଳ।