ଆଜି ବିଶ୍ୱ ସମୁଦ୍ର ଦିବସ। ପ୍ରତିବର୍ଷ ଜୁନ୍ ୮ତାରିଖକୁ ବିଶ୍ୱ ସମୁଦ୍ର ଦିବସ ଭାବେ ପାଳନ କରାଯାଏ । ୧୯୯୨ରେ ବ୍ରାଜିଲରେ ଅନୁଷ୍ଠିତ ପୃଥିବୀ ଶିଖର ସମ୍ମିଳନୀରେ କାନାଡାର ‘ଇଣ୍ଟରନେସନାଲ ସେଣ୍ଟର ଫର୍ ଓସନ୍ ଡେଭଲୋପମେଣ୍ଟ’ ଓ ‘ଓସନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କାନାଡା’ ଏହି ଦିବସ ପାଇଁ ପ୍ରସ୍ତାବ ଦେଇଥିଲେ ।ତେବେ ଜାତିସଂଘ ଦ୍ୱାରା ଏହି ଦିବସକୁ ୨୦୦୮ରେ ସ୍ୱୀକୃତି ମିଳିଥିଲା । ସମୁଦ୍ରର ସୁରକ୍ଷା ଏବଂ ଏଥିରୁ ମିଳିଥିବା ସମ୍ବଳର ସୁପରିକଳ୍ପିତ ପରିଚାଳନା ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଏହା ମଣିଷର ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁଁ ସମୁଦ୍ର ଉପରେ ପଡୁଥିବା ପ୍ରଭାବଗୁଡିକ ସର୍ମ୍ପକରେ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିଥାଏ । ଏ ବର୍ଷ ସମୁଦ୍ର ଦିବସ ପାଳନର ବାର୍ତ୍ତା ହେଉଛି; ‘ସମୁଦ୍ର, ଜୀବନ ଓ ଜୀବିକା’ ।