ଭୂବନେଶ୍ୱର : ଆଜି ବିଶ୍ୱ ରେଡିଓ ଦିବସ । ଜାତିସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ଫେବୃଆରୀ ୧୩ ତାରିଖରେ ଏହି ଦିବସକୁ ପାଳନ କରାଯାଉଛି । ବିଗତ କିଛି ବର୍ଷ ହେଲା ରେଡିଓର ଚାହିଦା ହ୍ରାସ ପାଇଛି । କିନ୍ତୁ ପ୍ରତିଯୋଗିତାରେ ପଛରେ ପଡିଯାଇନି ରେଡିଓ । ଡିଜିଟାଲ୍ ଯୁଗରେ ଫେସବୁକ୍ , ହ୍ୱାଟସଆପ୍ ଓ ଟେଲିଭିଜନ୍ ସହ ତାଳ ଦେଇ ରେଡିଓ ମଧ୍ୟ ଲୋକଙ୍କୁ ମନୋରଞ୍ଜନ ତଥା ରେଡିଓ ଷ୍ଟେସନ୍ ରହିଛି । ଓଡିଶାରେ ୨୩ଟି ଉଚ୍ଚ ଓ ମାଧ୍ୟମ ଧରଣର ରେଡିଓ ଷ୍ଟେସନ ରହିଛି ।ତେଣୁ ଡିଜିଟାଲ ଦୁନିଆରେ ରେଡିଓ ବି ତା’ର ଅସ୍ଥିତ୍ୱ ବଜାୟ ରଖିଛି । ନୂତନ ଟେକ୍ନୋଲୋଜିର ଆବିଷ୍କାର ପରେ ରେଡିଓର ଚାହିଦା କମିଯିବ ବୋଲି ମତ ପ୍ରକାଶ ପାଇଥିଲା । କିନ୍ତୁ ସବୁ ସତ୍ତ୍ୱେ ବି ରେଡିଓ ଏଫଏମ୍ରେ ପୁଣି ଏଫଏମ୍ ରୂପରେ ବଜାରରେ ମୁଣ୍ଡ ଟେକିଲା ଓ ନିଜର ନୂଆ ନୂଆ ଶୈଳୀରେ ମନୋରଞ୍ଜନ ସୂଚନା ଯୋଗାଇବାରେ ଲାଗିଛି । ଆଜି ବି ସେଦିନର ବେତାର ଯନ୍ତ୍ରଟି ତା’ର ଗୁରୁତ୍ୱ ବଜାୟ ରଖିଛି । ଏଫ୍ଏମ୍ ରେଡିଓ ଆଜି ଲୋକଙ୍କ ପ୍ରିୟଭାଜନ ହୋଇପାରିଛି । ଦୋକାନ ବଜାର ଓ ଗାଡିରେ ଏଫଏମ୍ ରେଡିଓର ମନୋରଞ୍ଜନ କାର୍ଯ୍ୟର୍କ୍ରମ ଲୋକଙ୍କୁ ଆକର୍ଷିତ କରୁଛି । ସ୍ମାର୍ଟଫୋନରେ ଏଫଏମ୍ ରେଡିଓ କାର୍ଯ୍ୟକ୍ରମ ଅଧିକରୁ ଅଧିକ ଶ୍ରୋତା ସୃଷ୍ଟି କରୁଛି ।ଆଜି ବି ରେଡିଓରୁ ପ୍ରସାରିତ କ୍ରିକେଟ ଖେଳର ଧାରା ବିବରଣୀ ଶୁଣିବାକୁ ଲୋକେ ଅପେକ୍ଷା କରୁଥିବାର ଦେଖିବାକୁ ମିଳେ । ଇଟାଲି ବୈଜ୍ଞାନିକ ମାର୍କୋନି ହେଉଛନ୍ତି ରେଡିଓର ଜନ୍ମଦାତା ଓ ୧୯୦୧ ମସିହାରେ ସେ ବେତାର ବାର୍ତ୍ତା ପ୍ରସାରଣ କରିଥିଲା । ତେବେ ଓଡିଶାରେ ୧୯୪୮ ଜାନୁଆରୀ ୨୮ରେ କଟକରେ ମଧୁପୁର କୋଠିରେ ରେଡିଓ ଷ୍ଟେସନ୍ ଖୋଲା ଯାଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ହରେକୃଷ୍ଣ ମହାତାବ । ଏବେ ଭାରତର ପ୍ରମୁଖ ୧୦୧ ସହରରେ ୩୬୯ ରେଡିଓ ଷ୍ଟେସନ୍, ୪୫୦ ଏଫଏମ୍ କାର୍ଯ୍ୟକ୍ରମ ପ୍ରସାରଣ କରି ଶ୍ରୋତାଙ୍କୁ ବାନ୍ଧି ରଖିବାକୁ ସମର୍ଥ ହେଲା । ତେଣୁ ଗଣମାଧ୍ୟମ ବିଶେଷଜ୍ଞ ଭବିଷ୍ୟବାଣୀ ଭୁଲ୍ ପ୍ରମାଣିତ ହୋଇଛି । ଏବେ ଏଫ୍ଏମ୍ ରେଡିଓ ପ୍ରତି ଶ୍ରୋତାଙ୍କ ଆଗ୍ରହ ବଢିବାରେ ଲାଗିଛି ।ବିଶେଷ କରି ଛୋଟ ସହର ଓ ଉପସହରର ଏହା ବେଶି ଲୋକପ୍ରିୟ ହେବାରେ ଲାଗିଛି । ତେବେ ବେସରକାରୀ ରେଡିଓ ସଂସ୍ଥାମାନଙ୍କ ପାଇଁ ସବୁଠୁ ଇଙ୍ଗ ଅସୁବିଧା ହୋଇଛି ସରକାରଙ୍କ ନିୟମାବଳୀ । ସରକାରଙ୍କ ଲାଇସେନ୍ସ ଦର ଅଧିକ ହେଉଥିବାରୁ ବେସରକାରୀ ସଂସ୍ଥା ମାନେ ଏଥିରେ ପୁଞ୍ଜିନିବେଶ କରିବାକୁ ମନ ବଳାଉନାହାନ୍ତିଁ । ଏକ ସିଙ୍ଗଲ୍ ଫ୍ରିକ୍ୟୁଏନସି ବିଶିଷ୍ଟ ୧୫ବର୍ଷର ଅବଧି ଲାଇସେନ୍ସ ପାଇଁ ପାଖାପାଖି ୭୦ ରୁ ୮୦ କୋଟି ଟଙ୍କା ଖର୍ଚ କରିବାକୁ ପଡୁଛି । ସରକାର ଲାଇସେନ୍ସ ଫି ହ୍ରାସ କଲେ, ଉଦ୍ୟୋଗୀମାନେ ଅଧିକ ପୁଞ୍ଜିନିବେଶ କରିବେ ବୋଲି ଆକଳନ କରାଯାଉଛି ।