ଭୁବନେଶ୍ୱର: ରିଲ୍ ଲାଇଫ୍ ପରେ ରିଏଲ ଲାଇଫ୍ରେ ଘର ସଂସାର କରିବେ ସବ୍ୟ ଓ ଅର୍ଚ୍ଚିତା। ଓଲିଉଡର ସୁପରହିଟ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ରାଜସ୍ଥାନରେ ଏକ ବିଳାସପୂର୍ଣ୍ଣ ହୋଟେଲ୍ରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ତେବେ ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଜଗନ୍ନାଥଙ୍କ ସହ ଓଡିଶାବାସୀଙ୍କ ଆଶିର୍ବାଦ ମାଗିଛନ୍ତି । ସବୁ ଖରାପ ଓ ଭଲ ସମୟରେ ସମସ୍ତଙ୍କ ସହଯୋଗ ରହିଛି । ଆଉ ଏବେ ସେହି ସହଯୋଗ ରହିବ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ସବ୍ୟସାଚୀ । ଅନେକ ଦିନ ତଳେ ଭଉୟଙ୍କ ନିର୍ବନ୍ଧ ଶେଷ ହୋଇଥିବା ସୋସିଆଲ ମିଡିଆରେ ସବ୍ୟସାଚୀ କହିଛନ୍ତି । ଏହା ସହ ସୋସିଆଲ ମିଡିଆରେ ସମସ୍ତଙ୍କ ଆର୍ଶିବାଦ ମଧ୍ୟ ସେ ମାଗିଛନ୍ତି । ସବ୍ୟସାଚୀ-ଅର୍ଚ୍ଚିତା ଯୋଡ଼ି ଓଲିଉଡ୍ ଚଳଚ୍ଚିତ୍ର ‘ପିଲାଟା ବିଗିଡ଼ି ଗଲା’, ‘ସ୍ମାଇଲ୍ ପ୍ଲିଜ୍‘,‘ମୁଁ ଏକା ତୁମର‘,‘ମୁଁ ସ୍ୱପ୍ନର ସୌଦାଗର‘,‘ପାଗଳ କରିଛି ପାଉଁଞ୍ଜି ତୋର‘,‘କୋଉ ଦୁନିଆରୁ ଆସିଲ ବନ୍ଧୁ‘,‘ତୋର ମୋର ଯୋଡ଼ି ସୁନ୍ଦର‘,‘କେବେ ତୁମେ ନାହଁ କେବେ ମୁଁ ନାହିଁ’ ଚଳଚ୍ଚିତ୍ରରେ ଏକାଠି ନଜର ଆସିଛନ୍ତି ।