ଶୁକ୍ରବାର ଭାରତୀୟ ଜାତୀୟ କଂଗ୍ରେସର ସିଡବ୍ଲ୍ୟୁସି ବୌଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚନ ବାବଦରେ ଆଷଳାଚନା ହେବାର ସମ୍ଭାବନା ରହିଛି । ସିଡବ୍ଲ୍ୟୁସିର ଏହି ଭିଡିଓ କନଫରେନ୍ସିଂରେ ସକାଳ ୧୦ଟା ୩୦ରେ ଆରମ୍ଭ ହେବ । ସୂଚନାନୁସାରେ, ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ ଅଧ୍ୟକ୍ଷ ଥିବା ରାହୁଲ ଗାନ୍ଧୀ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । ବିହାର ବିଧାନସଭା ନିର୍ବାଚନ ସହ ଅନ୍ୟ କିଛି ରାଜ୍ୟର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ସୃଷ୍ଟି କରିଛି । ଏହାପରେ ଗୁଲାମ ନବୀ ଆଜାଦ୍ ଓ କପିଲ ସିଜଲଙ୍କ ଭଳି କିଛି ନେତା ଦଳରେ ସକ୍ରିୟ ଅଧ୍ୟକ୍ଷ ନିଯୁକ୍ତି ନେଇ ଦାବି କରୁଛନ୍ତି । କଂଗ୍ରେସର ଏକ ଟାଣୁଆ ଗୋଷ୍ଠୀ ରାହୁଲ ଗାନ୍ଧୀ ପୁଣି ସଭାପତି ହୁଅନ୍ତୁ ବୋଲି ଦାବି କରୁଛି । କଂଗ୍ରେସ ମହାସଚିବ ରଣଦ୍ୱୀପ ସୁରେଜୱାଲ ୯୯.୯ ପ୍ରତିଶତ କର୍ମୀ ରାହୁଲ ସଭାପତି ହୁଅନ୍ତୁ ବୋଲି ଚାହୁଁଥିବା କହିଥିଲେ ।