ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୩.୦୨): ଆଜି ବଜେଟ୍ ଅଧିବେଶନର ତୃତୀୟ ଦିନ । ଉପସ୍ଥାପିତ ହେବ ଇକୋନୋମି ସର୍ଭେ ରିପୋର୍ଟ । ଅନ୍ୟପଟେ ନବ ଦାସ ହତ୍ୟା ମାମଲାରେ ଗୃହରେ ଲାଗିରହିଛି ହାଲ୍ଲାବୋଲ୍ । CBI ତଦନ୍ତ ଦାବିରେ ଅଡ଼ି ବସିଛି ବିଜେପି । ପ୍ଲା କାର୍ଡ ଧରି ପୋଡିୟମ ଆଗରେ ବିରୋଧୀ ବିଜେପି ଓ କଂଗ୍ରେସର ନାରାବାଜି ଲାଗି ରହିଛି । ଏଭଳି ପରିସ୍ଥିତିରେ ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି ।
ବିରୋଧୀଙ୍କ ନବ ଦାସ ହତ୍ୟାକାଣ୍ଡ ତଦନ୍ତ ଦାବିକୁ ନେଇ ଆଜି ମୋସନ ଆକାରରେ ଆଲୋଚନା ହେବ ।ତେବେ ଇକୋନୋମି ସର୍ଭେ ଉପରେ ସମସ୍ତଙ୍କ ନଜର ରହିଛି।