ଆଜି ପବିତ୍ର ଅକ୍ଷୟ ତୃତୀୟା । ଓଡିଆ ଘର ଚାଷୀର ବିହନ ଅନୁକୂଳର ଶୁଭ ମୁହୁର୍ତ୍ତ । ଏହିଦିନ ଚାଷୀଟି ମାଟି ମା’କୁ ହୃଦୟ ଭରି ପୂଜା କରେ । ମା’ ବସୁଦ୍ଧା ନିକଟରେ ଗୁହାରୀ କରେ , ମା’ ବସୁଦ୍ଧା ଏବର୍ଷ ମୋ କ୍ଷେତରେ ଭଲ ଫଳ ଦେ ମା’ । ଏହି ମାଟି ମା’ର ପୂଜାରେ ସହାୟତା କରିଥାଏ ଚାଷୀର ଗୃହିଣୀ । ବେତରେ ବୁଣାଯାଈଥିବା ବେତୁଲି ଗଉଣୀକୁ ଧୋଇଧାଇ ସେଥିରେ ପିଠୋଉରେ ଚିତାପକାଇ ସିନ୍ଦୁର ଲଗେଇ ଦିଏ । ଧୂପ, ଦୀପ ନୈବେଦ୍ୟ ସଜାଡିଦିଏ । ନୂଆ ଲୁଗା ଖଣ୍ଡେ ପେଡିରୁ କାଢି ଅଖିମୁଠି ସରଞ୍ଜାମ ସଜେଇଦିଏ । ଚାଷୀ ତାର ସାଇତିରଖିଥିବା ବିହନ ବସ୍ତାରୁ ପ୍ରଥମ ବିହନ ବାହାରକରି ଗଉଣୀରେ ପୁରାଇ ବଡି ଭୋରରୁ ବିଲକୁ ଯାଏ । ମାଟି ମା’କୁ ପ୍ରଣାମ କରେ । ସାଥିରେ ନେଇଥିବା କୋଦାଳ କିମ୍ବା ଖୁରିପିରେ ମାଟିକୁ ଖୋଳି ମାଟିରେ ଅନୁକୂଳ ବିହନକୁ ଢାଳିଦେଇ ମାଟିକୁ ଘୋଡେଇ ଦିଏ । ଧୂପ ଦୀପ ନୈବେଦ୍ୟ ଦେଇ ମା’ ଙ୍କୁ ବନ୍ଦାପନା କରି ବସୁଧା ନିକଟରେ ଗୁହାରୀ କରେ । ମା’ ଏବର୍ଷ ମୋ ଜମିରେ ଭଲ ଫସଲ ଦେବୁ ମା’ । ଏବର୍ଷ ପାଇଁ ମୋ ପିଲା ଛୁଆଙ୍କ ସଂସାର ତୋତେ ଲାଗିଲା । ତାଙ୍କ ମୁହଁରେ ଆହାର ଦେବାକୁ ଉଣାକରିବୁନି । ଏମିତି ମା’ଙ୍କୁ ସ୍ମରଣ କରି ଚାଷୀ ଘରକୁ ଫେରେ