ଏନ୍ଏନ୍ଏସ ଓଡିଆ :ଆଜି ତାମିଲନାଡୁ ଓ ପୁଡିଚେରୀ ଗସ୍ତରେ ବାହାରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ଅଗଷ୍ଟ ୮ ତାରିଖରେ ଗସ୍ତ ଶେଷ କରି ପରେ ଦିଲ୍ଲୀ ଫେରି ଆସିବେ । ସୂଚନା ଅନୁସାରେ, ରାଷ୍ଟ୍ରପତି ତାଙ୍କ ଗସ୍ତରେ ତାମିଲନାଡୁରେ ପହଞ୍ଚôବା ପରେ ପ୍ରଥମେ ମୁଡୁମାଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିବେ । ଏହା ପରେ ଆସନ୍ତାକାଲି ଅର୍ଥାତ୍ ରବିବାର ଦିନ ଚେନ୍ନାଇରେ ମାଡ୍ରାସ ବିଶ୍ୱବିଦ୍ୟାଳୟର ୧୬୫ ତମ ସମାରୋହରେ ସାମିଲ ହୋଇ ସମ୍ବୋଧିତ କରିବେ । ପରେ ଚେନ୍ନାଇର ରାଜ ଭବନରେ ତାମିଲନାଡୁର ପିଭିଟିଜି ସଦସ୍ୟମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ମହାକାବୀ ସୁବ୍ରମଣ୍ୟମ ଭାରତୀୟାରଙ୍କ ଏକ ଫଟୋକୁ ଉନ୍ମୋଚନା କରିବେ । ପରେ ପରେ ରାଜଭବନର ଦୁର୍ବାର ହଲକୁ ଭାରତୀୟାର ମଣ୍ଡପମ୍ ନାମରେ ନାମକରଣ କରିବେ ।ଅଗଷ୍ଟ ୭ ତାରିଖରେ ରାଷ୍ଟ୍ରପତି ପୁଡୁଚେରୀର ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଔଓଚଗଋଜ)ର ଲିନିୟର ଆସ୍କେଲେଟରର ଉଦଘାଟନ କରିବେ । ଏହାପରେ ଜାତୀୟ ଆୟୁଷ ମିଶନ ଅନ୍ତର୍ଗତ ଭିଲିଆନୁରରେ ଏକ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଉଦଘାଟନ କରିବେ । ପୁଡୁଚେରୀ ସରକାରଙ୍କ ସମ୍ମାନାର୍ଥେ ଆୟୋଜିତ ହେବାକୁ ଥିବା ଏକ କାର୍ୟ୍ୟକ୍ରମରେ ମଧ୍ୟ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଗସ୍ତର ଶେଷ ଦିନ (ଅଗଷ୍ଟ ୮)ରେ ଅରୋଭିଲରେ ଥିବା ମାତ୍ରିମନ୍ଦିର ପରିଦର୍ଶନ କରିବେ । ପରେ ଆସପାରିଙ୍ଗ ଫର ସୁପରମାଇଣ୍ଡ ଇନ ଦ ସିଟି ଅଫ କନସିଅସନେସର ଉଦଘାଟନ କରିବେ । କାର୍ୟ୍ୟକ୍ରମ ଶେଷ ହେବା ପରେ ସ୍ବତନ୍ତ୍ର ବିମାନ ଯୋଗେ ପୁଣି ଦିଲ୍ଲୀ ଫେରି ଆସିବେ ରାଷ୍ଟ୍ରପତି ।