ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୧୦.୦୨): ଆଜି ହେଉଛି ଭାଲେଂଟାଇନ୍ସ ୱିକ୍ ର ଚତୁର୍ଥ ଦିବସ ଅର୍ଥାତ ଟେଡିି ଡେ । ଆପଣଙ୍କ ମନରେ ନିଶ୍ଚିତ ଭାବେ ପ୍ରଶ୍ନ ଆସୁଥିବ ଏହି ଭାଲେଂଟାଇନ୍ସ ୱିକ୍ ସହିତ ଟେଡି ଡେ ର କି ସଂପର୍କ ରହିଛି । ଭାଲେଂଟାଇନ୍ସ ୱିକ୍ ରେ ଟେଡି ଡେ ପାଳନକୁ ନେଇ ଭିନ୍ନ ଭିନ୍ନ କଥା ରହିଛି । କୁହାଯାଏକି ଏହି ଦିବସର ନାମ ଆମେରିକା ରାଷ୍ଟ୍ରପତି ଥିଓଡୋର ଟେଡି ରୁଜ୍ଭେଲ୍ଟଙ୍କ ନାମରେ ରଖାଯାଇଛି, କାରଣ ସେ ତାଙ୍କର ଯାତ୍ରା କାଳରେ ଏକ ପଶୁକୁ ମାରିଥିବା ସ୍ୱୀକାର ନକରିବାରୁ ଟେଡି ବିୟର ବନାଯାଇଥିଲା । ଟେଡି ବିୟର ମାଧ୍ୟମରେ ଭଲ ପାଇବା ଓ ସ୍ନେହ ଶ୍ରଦ୍ଧାକୁ ବ୍ୟକ୍ତ କରାଯାଇଥାଏ । ତେଣୁ ଭାଲେଂଟାଇନ୍ ୱିିିକ୍ରେ ନିଜର ପ୍ରେମି ନିକଟରେ ଭଲ ପାଇବାକୁ ସ୍ୱୀକାର କରିବା ଓ ତାକୁ ଅନ୍ତରରେ ଅନୁଭବ କରିବା ପାଇଁ ଟେଡି ଡେ ପାଳନ କରାଯାଇଥାଏ । ପ୍ରତି ବର୍ଷ ୧୦ ଫେବୃଆରୀରେ ଟେଡି ଡେ ପାଳନ କରାଯାଇଥାଏ । ଭାଲେଂଟାଇନ୍ସ ୱିକ୍ରେ ଟେଡି ଡେ ପାଳନ କରିବା ପାଇଁ ପ୍ରତ୍ୟେକ ପ୍ରେମୀ ଯୁଗଳ ପରସ୍ପରକୁ ଏକ ଟେଡି ଉପହାର ଦେଇ ଭଲ ପାଇବାକୁ ଅନୁଭବ କରାଇଥାନ୍ତି । ଆଜିକାଲି ଟେଡି ସହିତ ପ୍ରେମିଯୁଗଳ କିଛି ନୋଟ୍ ମଧ୍ୟ ଲେଖି ଛାଡ଼ୁଥିବାର ଦେଖାଯାଏ । ଏଥିରେ ସେମାନେ ସେମାନଙ୍କ ଭଲ ପାଇବାକୁ ସ୍ୱୀକାର କରିଲେଖିଥାନ୍ତି ।