ମହାତ୍ମା ଗାନ୍ଧୀଙ୍କ 154ତମ ଜନ୍ମ ଜୟନ୍ତୀ . ରାଷ୍ଟ୍ରପତି ଦୌପ୍ରଦି ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗାନ୍ଧିଜୀଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ଏକତା ଏବଂ କରୁଣାକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ବିଶ୍ୱବାସୀଙ୍କୁ ପ୍ରେରଣା ଯୋଗାଉଛି।
ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ । କହିଲେ ବାପୁଙ୍କ ସମୟାନୁବର୍ତିତା ଆଜିବି ସମସ୍ତଙ୍କୁ ଦେଉଛି ପ୍ରେରଣା । ତାଙ୍କର ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ। ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବୈଶ୍ବିକ ହୋଇଥିବାରୁ ତାହା ଏକତା ଓ ସହାନୁଭୂତି ପ୍ରାଣଚ୍ଛ୍ବାସକୁ ଆଗେଇ ନେବା ପାଇଁ ସମଗ୍ର ମାନବଜାତିକୁ ପ୍ରେରିତ କରୁଥିବ। ଆମେ ସଦାସର୍ବଦା ତାଙ୍କ ପରିକଳ୍ପନା ପରିପୂରଣ ପାଇଁ କାର୍ଯ୍ୟ କରିବା । ସାମଗ୍ରିକ ଏକତା ଓ ସହାବସ୍ଥାନ ନିମନ୍ତେ ତାଙ୍କ ପରିକଳ୍ପିତ ପରିବର୍ତ୍ତନର ଭାବଧାରାର ବାହାକ ହେବା ଲାଗି ପ୍ରତ୍ୟେକ ଯୁବା ସମର୍ଥ ହୁଅନ୍ତୁ ।