ନୂଆଦିଲ୍ଲୀ ,(ଏନଏନଏସ ଓଡ଼ିଆ /୦୬ .୦୨): କୋକିଳକଣ୍ଠୀ ଲତା ମଙ୍ଗେସକର ତାଙ୍କର ମଧୁର ସ୍ବର ଜରିଆରେ ଶ୍ରୋତାଙ୍କ ହୃଦୟ ଜିତିଥିଲେ । ୧୯୨୯ ମସିହା ସେପ୍ଟେମ୍ବର ୨୯ରେ ଜନ୍ମଗ୍ରହଣ କରିଥିଲେ ଲତା । ପଦ୍ମଭୂଷଣ, ପଦ୍ମବିଭୂଷଣ, ଦାଦା ସାହେବ ଫାଲ୍କେ ଓ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହୋଇଥିବା ଲତାଜୀ ନିଜ ଜୀବନକାଳରେ ହଜାର ହଜାର ଗୀତ ରେକର୍ଡ କରିଛନ୍ତି। ତାଙ୍କ କଣ୍ଠରେ ସତରେ ଯେମିତି ଯାଦୁ ଥିଲା। କିମ୍ବଦନ୍ତୀ ଗାୟିକା ଲତା ୨୦୨୨ ଜାନୁୟାରୀରେ କରୋନାରେ ସଂକ୍ରମିତ ହୋଇ ମୁମ୍ବଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଭେଣ୍ଟିଲେଟରରେ ଥିବା ଅବସ୍ଥାରେ ଲତାଙ୍କର ଫେବୃୟାରୀ ୬ ତାରିଖରେ ପରଲୋକ ଘଟିଥିଲା । ସିନେଜଗତରେ ତାଙ୍କ ସ୍ଥାନ ସବୁଦିନ ପାଇଁ ଅପୂରଣୀୟ ହୋଇ ରହିଗଲା।