ଭୁବନେଶ୍ୱର: ଆଜି ଓ କାଲି ରାଜ୍ୟର କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ଏହାପରେ ରାଜ୍ୟରେ ଶୀତ ପ୍ରକୋପ ପୁଣି ବଢ଼ିବାର ସମ୍ଭାବନା ଅଛି। ଏହାସହ ବଙ୍ଗୋପସାଗର ଉପରେ ଗୁରୁଚାପ ଥିବାରୁ ରାଜ୍ୟକୁ ଜଳୀୟବାଷ୍ପ ଆସୁଛି। ଏହା ପ୍ରଭାବରେ ଗୁରୁବାର ରାତି ଓ ଶୁକ୍ରବାର ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ, ରାଜ୍ୟରେ ଏବେ ଶୀତ ପ୍ରକୋପ କମିଛି। ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ୍ ଉପରେ ଅଛି। ଆଜି ସକାଳେ ମାଲକାନଗିରି, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି। ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ହାଲୁକା ବର୍ଷା ହୋଇପାରେ।