ଚାରି ଦିନିଆ ଓଡିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସନ୍ଧ୍ୟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ମହାମହିମ । ସେଠାରୁ ସିଧାସଳଖ ଜୟଦେବ ଭବନ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ପୁରୀରେ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ବ୍ଲୁ ବୁକ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାସ୍ତା ସିଲ କରାଯିବ । ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସ ଟିମ ସୁରକ୍ଷା ଦେବେ । ପୁରୀ ପାଇଁ ରହିଛି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଏବଂ ରଥଯାତ୍ରାର ମନିଟରିଂ କରିଛନ୍ତି ପୋଲିସ ଡିଜି । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ୬ଜଣ ଅତିରିକ୍ତ ଡିସିପି, ୧୫ ଜଣ ଏସିପି, ୨୫ ଜଣ ଇନ୍ସପେକ୍ଟର, ୧୦୦ ଜଣ ଅଫିସର, ୪ଟି ଏସଟିଓ ଟିମ ସହ ବମ ସ୍କ୍ୱାଡ୍ ଓ ଡଗ ସ୍କ୍ୱାଡ ନିୟୋଜିତ ରହିବେ । ଅନ୍ୟପଟେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ୨୫ ପ୍ଲାର୍ଟୁନ ଫୋର୍ସ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗତକାଲି କାରକେଡ ରହଲସଲ କରାଯାଇଥିଲା ।