<h3>ଆଜି ସାରା ବିଶ୍ୱ ପାଳୁଛି ଶ୍ରମିକ ଦିବସ, ମେ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । । ଶ୍ରମଜିବୀମାନଙ୍କର ଅଧିକାର ସମ୍ପର୍କରେ ଜନ ସଚେତନ ସୃଷ୍ଟି କରିବା ସହ ସମାଜ ପ୍ରତି ସେମାନଙ୍କ ଅବଦାନ ବିଷୟରେ ଅବଗତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ତେବେ ଜାଣନ୍ତୁ କେବେ ଓ କେଉଁଠୁ ଶ୍ରମିକ ଦିବସ ପ୍ରଥମେ ପାଳନ କରାଯାଇଥିଲା । ପ୍ରତିବର୍ଷ ମେ ୧ ତାରିଖ ଶ୍ରମିକମାନଙ୍କ ନାମ ପାଇଁ ଉତ୍ସର୍ଗୀକୃତ । ଶ୍ରମିକ ଦିବସ ବ୍ୟତୀତ ଏହାକୁ ଲେବର ଡେ ମଧ୍ୟ କୁହାଯାଏ । ତେବେ ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି, ଶ୍ରମିକଙ୍କ କାର୍ୟ୍ୟକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ସର୍ବଦା ମନେ ରଖିବା ପାଇଁ । ଦେଶର ଅର୍ଥନୀତିରେ ବିକାଶ ଆଣିବା ନେଇ ଶ୍ରମିକମାନଙ୍କର ରହିଛି ସବୁଠାରୁ ବଡ଼ ଅବଦାନ । ଏଭଳି ପରିସ୍ଥିତିରେ ଶ୍ରମିକମାନଙ୍କୁ ସମ୍ମାନ ଦେବା ଲକ୍ଷ୍ୟରେ ପ୍ରତିବର୍ଷ ମେ '୧ ତାରିଖରେ ସାରା ବିଶ୍ୱରେ 'ଶ୍ରମିକ ଦିବସ' ପାଳନ କରାଯାଏ ।</h3> <h3>ତେବେ୧୯୨୩ ମସିହାରୁ ଏହି ଦିବସ ଭାରତରେ ପାଳନ କରାଯାଇଥିଲା । ବର୍ତ୍ତମାନ ବିଶ୍ୱର ପ୍ରାୟ ୧୬୦ରୁ ଅଧିକ ଦେଶରେ ଏହି ଦିବସ ପାଳନ କରାଯାଉଛି । ୧୯୨୩ ମସିହାରେ ଚେନ୍ନାଇରେ ହିନ୍ଦୁସ୍ତାନ ଲେବର କିସାନ ପାର୍ଟି ଦ୍ୱାରା ଭାରତରେ ପ୍ରଥମ ଶ୍ରମ ଦିବସ ପାଳନ କରାଯାଇଥିଲା । କମ୍ୟୁନିଷ୍ଟ ନେତା ମାଲାୟାପୁରମ୍ ସିଙ୍ଗାରାଭେଲୁ ଚେଟିୟର୍ ମେ'୧ ତାରିଖକୁ ଜାତୀୟ ଛୁଟିଦିନ ଭାବେ ଘୋଷଣା କରିଥିଲେ। ଯାହା ପରେ ଅନେକ ସଂଗଠନ ଏବଂ ସାମାଜିକ ଦଳ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ ।</h3>