ରବିବାର ବାରବାଟୀରେ ହେବ ଟକ୍କର । ଓଡିଶାରେ ପହଞ୍ଚିସାରିଛନ୍ତି ଭାରତ ଓ ଇଂଲଣ୍ଡର ଖେଳାଳିମାନେ । ଭୁବନେଶ୍ୱରର ଏକ ତାରକା ହୋଟେଲରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । କାଲି ମ୍ୟାଚ ପାଇଁ ଆଜି ରହିଛି ଅଭ୍ୟାସ । ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଜି ଅପରାହ୍ନରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ଇଂଲଣ୍ଡ ଟିମ୍ ଅଭ୍ୟାସ କରିବାକୁ କଟକ ଯିବେ ନାହିଁ । ସେମାନେ ଭୁବନେଶ୍ୱର ଗଲ୍ଫ କ୍ଲବରେ ଗଲ୍ଫ ଖେଳି ଅଭ୍ୟାସ କରିଛନ୍ତି ।
ଅଭ୍ୟାସ ଓ ମ୍ୟାଚ ପାଇଁ ପରିବହନ କରିବାକୁ ଖେଳାଳି ମାନଙ୍କ ପାଇଁ ଓସିଏ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓସିଏ ତରଫରୁ ୫ଟି ସ୍ୱତନ୍ତ୍ର ବସ୍ ସହ କିଛି ଇନୋଭା ଗାଡି କମିଶନରେଟ୍ ପୋଲିସକୁ ହସ୍ତାନ୍ତର କରାଯାଇଛି । ଖେଳିମାନଙ୍କ ଅଭ୍ୟାସ ପାଇଁ ଷ୍ଟାଡିୟରେରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ଭିତରକୁ ପାଣି ବୋତଲ ମନା ହୋଇଛି । ପଡିଆକୁ ଫିଙ୍ଗିବା ଭଳି ସାମଗ୍ରୀ ଉପରେ କଟକଣା ଲଗା ଯାଇଛି । ତା ସହିତ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରା ଯାଇଛି ।
ଓଡିଶାରେ ଖେଳାଳି ମାନଙ୍କ ରହିବା ଠାରୁ ଖାଇବା ପର୍ଯ୍ୟନ୍ତ ସବୁ ଉପରେ ବିଶେଷ ଧ୍ୟ୍ୟାନ ଦିଆଯାଇଛି । ଖେଳାଳି ଓ ଟିମ୍ ରହିବାକୁ ଏକ ତାରକା ହୋଟେଲ୍ରେ ୯୬ଟି ରୁମ୍ ବୁକ କରାଯାଇଛି । ଏହାସହ ସେମାନେ ଖାଇବା ପାଇଁ ସ୍ୱତନ୍ତ୍ର ଓଡିଆ ଖାଇବା ମେନୁ୍ୟ ରହିଛି । ସେପଟେ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ରୁଟ ଲାଇନରେ ପୋଲିସ ଛାଉଣୀ କରାଯାଇଛି । ଏଥିପାଇଁ ୨୦ ପ୍ଲାଟୁନ ପୋଲିର୍ସ ଫୋର୍ସ ମୁତୟନ ରହିଛିନ୍ତି ।
କାଲି ମ୍ୟାଚ୍ ପୂର୍ବରୁ ଆଜି ସକାଳୁ ସକାଳୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ପୁରୀରେ ପହଞ୍ଚିଛନ୍ତି ଇଣ୍ଡିଆନ କ୍ରିକେଟ ଟିମର ସ୍ପିନର ମାନେ । ଅକ୍ସର ପଟେଲ, ୱସିଙ୍ଗଟନ ସୁନ୍ଦର, ôବରୁଣ ଚକ୍ରବର୍ତ୍ତୀଙ୍କୁ ପୁରୀରେ ଦେଖିବାକୁ ମିଳିଛି । ପ୍ଲେୟାରମାନେ ଶ୍ରୀମନ୍ଦିରର ଭିତର ବେଢା ବୁଲି ମୁଦୁଲି ଦ୍ୱାର ଦେଇ ଭିତରକୁ ଯାଇ ମହାପ୍ରଭୁଙ୍କୁ ଅତି ନିକଟରୁ ଦର୍ଶନ କରିଛନ୍ତି ।
ତେବେ କାଲିର ମ୍ୟାଚ୍ ପାଇଁ ଓଡିଶାବାସି ବେଶ୍ ଉତ୍ସାହିତ ରହିଛନ୍ତି । ଅନେକ ଦିନ ବ୍ୟବଧାନରେ ବାରବାଟୀରେ ଟିମ୍ ଇଣ୍ଡିଆକୁ ଦେଖିବାକୁ ମିଳିବ । ସେଥିପାଇଁ ବାରବାଟୀରେ କାଲି ଖଚାଖଚ୍ ଭିଡ଼ ଦେଖିବାକୁ ଜମିବ । ଭାରତ ପୂର୍ବ ମ୍ୟାଚ୍ ଜିତିସାରିଥିବା ବେଳେ କାଲି ମ୍ୟାଚ୍ ଉପରେ ଏବେ ସମସ୍ତଙ୍କ ନଜର ରହିଛି । କେଜ୍ରିୱାଲ