ଭୁବନେଶ୍ୱର: ଆଜିଠୁ ଲାଗୁ ହୋଇଛି ଫାସଟ୍ୟାଗ୍ ବ୍ୟବସ୍ଥା । ଆଜି ମଧ୍ୟରାତ୍ରରୁ ସମସ୍ତ ଟୋଲ ଗେଟ୍ରେ ଲାଗୁ ହୋଇଛି ଏହି ନୂଆ ବ୍ୟବସ୍ଥା। ନୂଆ ନିୟମ ଲାଗୁହେବା ପରେ ପ୍ରଥମରୁ ହିଁ ଅନେକ ସ୍ଥାନରେ ଫାଇନ୍ ଦେଇଛନ୍ତି ଗାଡ଼ି ଚାଳକ। ଫାସଟ୍ୟାଗ ନ ଲଗାଇଥିବାରୁ ଦେଇଛନ୍ତି ଦୁଇଗୁଣା ଟୋଲ୍ ଫି । ଉତ୍ତର ପ୍ରଦେଶ ଗୋରଖପୁର ଏବଂ ମଧ୍ୟପ୍ରଦେଶର ଇନ୍ଦୋର ଟୋଲ୍ ପ୍ଲାଜାରେ ଫାସଟ୍ୟାଗ ନ ଲଗାଇଥିବା ଗାଡ଼ି ଚାଳକଙ୍କ ଠାରୁ ଦୁଇଗୁଣା ଟୋଲ୍ ଆଦାୟ କରାଯାଇଛି । ଟୋଲ ଆଦାୟରେ ସ୍ୱଚ୍ଛତା, ଅଯଥା ଟ୍ରାଫିକ୍ ଭିଡ଼ରୁ ମୁକ୍ତି, ଇନ୍ଧନ ନଷ୍ଟକୁ ରୋକିବା ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ ଏହାଦ୍ୱାରା ବଞ୍ଚିବା ନେଇ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଲାଗୁ କରିଛନ୍ତି।ଓଡ଼ିଶାରେ ମଧ୍ୟ ଟୋଲ୍ଗେଟ୍ରେ ଫାସ୍ ଟ୍ୟାଗ ବ୍ୟବସ୍ଥା ଲାଗୁ କରାଯାଇଛି । ପିପିଲି ଟୋଲ ପ୍ଲାଜାରେ ୮ ଟି ଲାଇନ ନିର୍ମାଣ କରାଯାଇଛି । ୪ଟି ପୁରୀକୁ ପ୍ରବେଶ ପାଇଁ ଅନ୍ୟ ୪ଟି ଫେରୁଥିବା ଚାଳକଙ୍କ ପାଇଁ ହୋଇଛି । ପୂର୍ବରୁ କେନ୍ଦ୍ର ସରକାର ଧାର୍ଯ୍ୟ ଦିନକୁ ପରିବର୍ତନ କରିଥିଲେ ବି ଆଗରୁ ଏହା କରି ନଥିଲେ । ଏବେ ବିଭିନ୍ନ କେନ୍ଦ୍ରରେ ଫାସଟ୍ୟାଗ କିଣିବାକୁ ଭିଡ ଜମାଇଛନ୍ତି ଗାଡି ମାଲିକ ।