ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ସାଧାରଣ ଲୋକଙ୍କ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ ହେଉଥିବା ବେଳେ ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଟିକା । ୪୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୫୯ ବର୍ଷ ମଧ୍ୟରେ ଥିବା ଯେଉଁ ବ୍ୟକ୍ତି ବିଭିନ୍ନ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁ ମଧ୍ୟ ଟିକାକରଣ କରାଯିବ । ସେମାନେ ଡାକ୍ତରଙ୍କଠାରୁ ପ୍ରମାଣପତ୍ର ଆଣି କୋ-ୱିନ ଆପ ଜରିଆରେ ନିଜର ନାମ ପଞ୍ଜିକରଣ କରିପାରିବେ । ତାପରେ ବିଭିନ୍ନ ପ୍ରକ୍ରିୟା ଶେଷ ହେବା ପରେ ସେମାନେ କେଉଁଠି ଓ କେତେବେଳେ ଟିକା ନେବେ ସେନେଇ ସୂଚନା ଦିଆଯିବ । ଟିକାକରଣ ପାଇଁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ବ୍ୟବସ୍ଥା ରହିଛି । ସରକାରୀ ହସ୍ପିଟାଲରେ ବିନା ଦେୟରେ ଟିକା ନେଇପାରିବେ । କିନ୍ତୁ ଘରୋଇ ହସ୍ପିଟାଲରେ ଅଢ଼େଇ ଶହ ଟଙ୍କା ଦେବାକୁ ପଡିବ । ଏହାପରେ ଟିକା ନେବା ତାରିଖ ଓ ସମୟ ସଂପର୍କରେ ମୋବାଇଲକୁ ମେସେଜ୍ ଆସିବ । ଉଭୟ ତାଲିକାଭୁକ୍ତ ସରକାରୀ ଓ ବେସରକାରୀ ହସପିଟାଲରେ କରୋନା ଟିକା ଦିଆଯିବ । ଉଭୟ ଅନ୍ଲାଇନ୍ ଓ ଅନ୍ସାଇଟ୍ରେ ପଂଜିକରଣ କରିହେବ । ଆଜିଠାରୁ ପଂଜିକରଣ ପାଇଁ କୋୱିନ୍ ପୋର୍ଟାଲ ଖୋଲିବ । ୪୫ରୁ ୫୯ ବର୍ଷର ବ୍ୟକ୍ତି ଯେଉଁମାନେ ଜଟିଳ ରୋଗରେ ପୀଡ଼ିତ ଜଣେ ଡାକ୍ତରଙ୍କ ଠାରୁ ପ୍ରମାଣ ପତ୍ର ଦେବାକୁ ହେବ ।