ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୦.୦୩): ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ମଧ୍ୟମା ଏବଂ ଓପନ ସ୍କୁଲ ପରୀକ୍ଷା ମଧ୍ୟ ହେବ । ଏଥର କପି ରୋକିବାକୁ ପ୍ରାଥମିକତା ଦେଇ ସ୍ପେଶାଲ ସ୍କ୍ୱାଡ୍ ଗଠନ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପରୀକ୍ଷା କେନ୍ଦ୍ରଗୁଡିକୁ ଏହି ସ୍କ୍ୱାଡ୍ ସରପ୍ରାଇଜ୍ ଭିଜିଟ କରିବ। ସେହିପରି ଯେତେ ସମ୍ଭବ CCTV ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶ୍ନପତ୍ର ସେଟ୍ ଗୁଡ଼ିକ ହବକୁ ପଠାସରିଛି । ହବରୁ ପରୀକ୍ଷା କେନ୍ଦ୍ର ଯାଏଁ ପ୍ରଶ୍ନପତ୍ର ନେବାକୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି ।
ଚଳିତବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପିଲିଫ କରିଛନ୍ତି । ୩ ହଜାର ୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥିପାଇଁ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଛି । ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି ।