ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ । ନାଗପୁରରେ ଆଜି ମଧ୍ୟାନ ସାଢେ ଗୋଟାଏରେ ଖେଳାଯିବ ପ୍ରଥମ ମ୍ୟାଚ। ରୋହିତ ଶର୍ମାଙ୍କ ନେତୃତ୍ବରେ ଦଳ ପଡିଆକୁ ଓହ୍ଲାଇବ । ତିନି ମ୍ୟାଚ ବିଶିଷ୍ଟ ସିରିଜରେ ରୋହିତ ଓ ବିରାଟଙ୍କ ପଦର୍ଶନ ଉପରେ ସମସସ୍ତଙ୍କର ନଜର ରହିଛି ।
ଆଇସିସି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଏହି ସିରିଜ ଉଭୟ ଦଳ ପାଇଁ ଗୁରତ୍ବ ବହନ କରୁଛି । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜକୁ ୪-୧ରେ ଜିତିବା ପରେ ଭାରତର ମନୋବଳ ଦୃଢ ରହିଛି । କିନ୍ତୁ ଦିନିକିଆ ଦଳରେ ନାହାଁନ୍ତି ଯୁବ ବିସ୍ଫୋରକ ବ୍ୟାଟର ଅଭିଶେକ ଶର୍ମା । ୱିକେଟ କିପର ଭାବେ ଲୋକେଶ ରାହୁଲଙ୍କ ପରିବର୍ତ୍ତେ ରିଷବ ପନ୍ତଙ୍କୁ ପଲ୍ଲା ଭାରି ରହିଛି । ଗତ ବର୍ଷ ଭାରତ କେବଳ ଶ୍ରିଲଙ୍କା ସହ ଦିନିକିଆ ସିରିଜ ଖେଳି ପରାସ୍ତ ହୋଇଥିଲା । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଏହି ସିରିଜ ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ଗୁରୁତ୍ବ ବହନ କରୁଛି ।