ଭୁବନେଶ୍ବର : ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଏଥିନିମନ୍ତେ ଆଜିଠାରୁ ଅନ୍ଲାଇନ୍ରେ ଆରମ୍ଭ ହେବ ପଞ୍ଜୀକରଣ । ଆଜି ଅପରାହ୍ନ ୪ଟାରୁ ଟିକାକରଣ ପାଇଁ ଆରମ୍ଭ ହେବ ପଞ୍ଜୀକରଣ । ପ୍ରତ୍ୟେକ ଭାରତୀୟ ଯେଉଁମାନେ ୧୮ ବର୍ଷରୁ ଉର୍ଦ୍ଦ ଆଉ ଟିକା କରଣ ପାଇଁ ଯୋଗ୍ୟ ସେମାନେ ସରକାରଙ୍କ co-win ପୋର୍ଟାଲ ମାଧ୍ୟମରେ ନିଜର ନାମ ପଞ୍ଜିକରଣ କରିପାରିବେ । କେମିତି କରିବେ co-win ପୋର୍ଟାଲରେ ନାମ ପଞ୍ଜିକରଣ ।
www.cowin.gov.in ଏବଂ ରେଜିଷ୍ଟର ରେ କ୍ଲିକ୍ କରି କୋଭିଡ ଟିକା କରଣ ପାଇଁ ନିଜର ନାମ ପଞ୍ଜିକରଣ ।
୧-ପ୍ରଥମେ cowin.gov.in ପୋର୍ଟାଲକୁ ଯାଆନ୍ତୁ
୨- ହୋମ ପେଜରେ ଥିବା ରେଜିଷ୍ଟର ରେ କ୍ଲିକ୍ କରନ୍ତୁ / ନୁତନ ପଞ୍ଜିକରଣରେ କ୍ଲିକ୍ କରନ୍ତୁ
୩- ନୁତନ ପେଜରେ ନିଜର ମୋବାଇଲ ନମ୍ବର ଦେଇ ଓଟିପି ପାଇଁ କ୍ଲିକ୍ କରନ୍ତୁ
୪- ନିଜ ଫୋନରେ ଓଟିପି ମେସେଜ ମାଧ୍ୟମରେ ଓଟିପି ପାଆନ୍ତୁ
୫- ପାଇଥିବା ଓଟିପିକୁ ଭେରିଫାଏ ପାଇଁ ଦିଅନ୍ତୁ /ଆପଣ ଓଟିପି ଦେବା ପରେ ଭାକ୍ସିନ ପାଇଁ ପଞ୍ଜିକରଣ ପେଜ ଖୋଲିଯିବ ।
୬- ଏବେ ଆବଶ୍ୟକ ହେଉଥିବା ନିଜର ପରିଚୟ ପତ୍ର ଦିଅନ୍ତୁ ଯେପରିକି;
ଆଧାର କାର୍ଡ / ଭୋଟର ଆଇଡି କାର୍ଡ / ପାନ୍ କାର୍ଡ
ଫଟୋ ଆଇଡି ନମ୍ବର; ନାମ, ଲିଙ୍ଗ, ଜନ୍ମ ତାରିଖ
୭- ଏହି ସବୁ ତଥ୍ୟ ଦେବା ପରେ ରେଜିଷ୍ଟର ପାଇଁ ରେଜିଷ୍ଟର ବଟମରେ କ୍ଲିକ୍ କରନ୍ତୁ । ଥରେ ଆପଣ ନିଜର ନାମ ପଞ୍ଜିକରଣ କରିବା ପରେ , ଦେଖା ଯାଉଥିବା ବଟମରେ କ୍ଲିକ୍ କରି ନିଜର କାର୍ଯ୍ୟସୂଚୀ ଅନୁଯାଇ ନିଜର ଟିକା କରଣ କରିବା ପାଇଁ ଦିନ ଧାର୍ଯ୍ୟ କରନ୍ତୁ । ତେବେ ଆପଣଙ୍କର ଟିକା କରଣର ଦୁଇ ଡୋଜ ଟିକା ନେବା ପରେ ଆପଣ ଏକ ରେଫରେନ୍ସ ଆଡି ପାଇବେ ଏବଂ ଏହା ସାହାଯ୍ୟରେ ଆପଣ ନିଜର ଟିକାକରଣ ସାର୍ଟିଫିକେଟ ପାଇ ପାରିବେ । ଏହା ସହିତ ଆପଣ ଅରୋଗ୍ୟ ସେତୁ ମାଧ୍ୟମରେ ବି ଭାକ୍ସିନ ପାଇଁ ନିଜର ନାମ ପଞ୍ଜି କରଣ କରିପାରିବେ । ଦିଆଯାଇଥିବା ତଥୟ ଅନୁଯାଇ ଗୋଟିଏ ମୋବାଇଲ ନମ୍ବର ବ୍ୟବହାର କରି ୪ ଜଣ ଲୋକେ ଟିକା କରଣ ପାଇଁ ନିଜର ନାମ ପଞ୍ଜିକରଣ କରି ପାରିବେ । ଏଥି ମଧ୍ୟରୁ ଯେ କୌଣଷି ଆଇଡି ପ୍ରୁଫ୍ ବ୍ୟବହାର କରି ଆପଣ ନିଜର ନାମ ପଞ୍ଜିକରଣ କରି ପାରିବେ ।
ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ , ପାସପୋର୍ଟ, ଭୋଟର ପରିଚୟ ପତ୍ର, ସ୍ମାର୍ଟ କାର୍ଡ, ପେନସନ ପାସ୍ବୁକ