ବ୍ୟୁରୋ: ଆମେରିକା ଓ ୱେଷ୍ଟଇଣ୍ତିଜରେ ଆୟୋଜିତ ଟି-୨୦ ବିଶ୍ୱକପର ସମସ୍ତ ଗ୍ରୁପ ପର୍ୟ୍ୟାୟ ମ୍ୟାଚ୍ ଶେଷ ହୋଇଛି। ଶେଷ ମ୍ୟାଚ୍ରେ ଆୟୋଜକ ୱେଷ୍ଟଇଣ୍ଡିଜ ଏକତରଫା ଭାବେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍ ସହ ଗ୍ରୁପ ପର୍ୟ୍ୟାୟ ଲଢ଼େଇ ଶେଷ ହୋଇଛି। ଆଜି ଠାରୁ ସୁପର ୮ ଲଢ଼େଇ ଆରମ୍ଭ ହେବ। ଗ୍ରୁପ ପର୍ୟ୍ୟାୟର ଶ୍ରେଷ୍ଠ ୮ ଟିମକୁ ନେଇ ଏବେ ମ୍ୟାଚ୍ ଗୁଡ଼ିକ ଖେଳାଯିବ। ସୁପର ୮ର ଗ୍ରୁପ ଏ’ରେ ଭାରତ ରହିଛି। ଭାରତ ସହ ଏହି ଗ୍ରୁପରେ ଆଫଗାନିସ୍ତାନ, ବାଂଲାଦେଶ ଓ ଅଷ୍ଟ୍ରେଲିଆ ରହିଛନ୍ତି। ସେହିପରି ଗ୍ରୁପ ବି’ରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ଆମେରିକା ଓ ଦକ୍ଷିଣ ଆଫ୍ରିକା ଅଛନ୍ତି। ସବୁ ଦଳ ୩ଟି ଲେଖାଏ ମ୍ୟାଚ ଖେଳିବେ। ପ୍ରତି ଗ୍ରୁପର ଶ୍ରେଷ୍ଠ ୨ଟି ଲେଖାଏ ଟିମ ସେମି ଫାଇନାଲରେ ପ୍ରବେଶ କରିବେ। ସୁପର ୮ର ପ୍ରଥମ ମୁକାବିଲା ଦକ୍ଷିଣ ଆଫ୍ରିକା ଓ ଆମେରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ଟି ଆଜି ସନ୍ଧ୍ୟା ୮ଟାରେ ଅନୁଷ୍ଠିତ ହେବ। ୨୦ ତାରିଖରେ ଭାରତ ଓ ଆଫଗାନିସ୍ତାନଏବଂ ବାଂଲାଦେଶ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ହେବ। ଜୁନ ୨୧ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଏବଂ ଆମେରିକା ଓ ୱେଷ୍ଟଇଣ୍ଡିଜ ମ୍ୟାଚ ଖେଳିବେ। ଜୁନ ୨୨ରେ ଭାରତ ଓ ବାଂଲାଦେଶ ଏବଂ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ହେବ। ଜୁନ ୨୩ରେ ଆମେରିକା ଓ ଇଂଲଣ୍ଡ ଏବଂ ଏବଂ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଖେଳିବେ। ଜୁନ ୨୪ରେ ଭାରତ ଓ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବ।