ଆଜିଠୁ ଆନନ୍ଦବଜାରରେ ମହାପ୍ରାସଦ ସେବନ କରିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ। ଏନେଇ ଲାଗୁ ହୋଇଛି ନୂଆ ଏସଓପି। ସିଂହଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ମଧ୍ଯ କରାଯାଇଛି । ଦର୍ଶନ ବ୍ୟବସ୍ଥାରେ ପୁରୀବାସୀଙ୍କ ପାଇଁ ଆଉ ରହିବନି ସ୍ୱତନ୍ତ୍ର ବ୍ୟବସ୍ଥା। ଅନ୍ୟପଟେ ସାନିଟାଇଜେସନ ପାଇଁ ରବିବାର ବନ୍ଦ ରହିବନି ଶ୍ରୀମନ୍ଦିର ସପ୍ତାହକୁ ୩ଦିନ ଦର୍ଶନ ପରେ ଶ୍ରୀମନ୍ଦିରର ସାନିଟାଇଜ କରାଯିବ। ସାମାଜିକ ଦୂରତା ରକ୍ଷା କରିବ ଭକ୍ତମାନେ ଅବଢ଼ା ଖାଇବା ପ୍ରତି ନିଯୋଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ଏତତ୍ ବ୍ୟତୀତ ଭକ୍ତଙ୍କୁ ମାସ୍କ ପିନ୍ଧିବାକୁ ସଚେତନ କରାଇବା, ଧାଡି ଦର୍ଶନରେ ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ସାନିଟାଇଜ କରିବାକୁ ତାଲିମ ଦିଆଯାଇଛି। ଗତ ୧୦ତାରିଖ ରେ ଏସ୍ଓପି କୋହଳ ନେଇ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।