ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ୨୩ ଦିନର ଏହି ମୌସୁମୀ ଅଧିବେଶନରେ ୧୭ଟି କାର୍ଯ୍ୟ ଦିବସ ରହିଛି । ଏହି ସମୟ ଭିତରେ ୨୧ଟି ନୂଆ ବିଲ୍ ଓ ୭ଟି ପୁରୁଣା ବିଲ୍ ପାସ୍ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା ରହିଛି । ଏଥିରେ ରହିଛି ୟୁନିଫର୍ମ ସିଭିଲ କୋଡ, ଡିଜିଟାଲ ଡାଟା ପ୍ରୋଟେକସନ ବିଲ ଓ ମେଡିଏସନ ବିଲ୍ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଅଧିବେଶନ ସୁରୁଖୁରୁରେ ଚଳାଇବା ପାଇଁ ଗତକାଲି ସର୍ବଦଳୀୟ ବୈଠକ ଡକାଇଥିଲେ ସରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦଳର ପ୍ରତିନିଧି ଯୋଗ ଦେଇଥିଲେ । ବୈଠକରେ ସବୁ ଦଳଙ୍କ ସହେଯାଗ ଲୋଡିଥିଲେ ସରକାର । ଅଧିବେଶନ କାଳରେ ସରକାର ମଣିପୁର ପ୍ରସଙ୍ଗ ସହ ଦରଦାମ ବୃଦ୍ଧି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବା ନେଇ ସୂଚନା ରହିଛି । ଏହା ସହ ଏହି ଅଧିବେଶନରେ ଉଠିବ ରାଜ୍ୟର ବହୁ ଚର୍ଚ୍ଚିତ ୫ଟି ସଚିବଙ୍କ ମଡେଲ ପ୍ରସଙ୍ଗ । ଏହି ଅଧିବେଶନ ପୁରୁଣା ସଂସଦ ଭବନରୁ ଆରମ୍ଭ ହୋଇ ନୂଆ ସଂସଦ ଭବନକୁ ସ୍ଥାନାନ୍ତର ହେବା ନେଇ ସୂଚନା ରହିଛି । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବା ଲାଗି ବିଜେଡି ସଦସ୍ୟ ସସ୍ମିତା ପାତ୍ର ଦାବି କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କୁ ପକ୍ଷରୁ ଆହୁରି ସର୍ବଦଳୀୟ ବୈଠକରେ ୩୪ଟି ଦଳର ୪୪ଜଣ ସଦସ୍ୟ ଉପସ୍ଥିତ ରହିଥିଲେ ।