ପୁରୀ: ଆଜିଠାରୁ ପ୍ରତ୍ୟେକ ଶନିବାର ହେବ ବଡଦାଣ୍ତ ସେବା କାର୍ଯ୍ୟକ୍ରମ l ପ୍ରତ୍ୟେକ ଶନିବାର ସକାଳ ୬.୩୦ରୁ୮.୩୦ଯାଏଁ ଏହି ବଡ଼ଦାଣ୍ଡ ସେବା କରାଯିବ। ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ପକ୍ଷରୁ ଆରମ୍ଭ ହୋଇଥିବା ଏହି ସମୂହ ସଫେଈ ଅଭିଯାନରେ ବଡଦାଣ୍ଡକୁ ସ୍ବେଛାସେବୀ, ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ସମସ୍ତ ମିଶି ସଫା କରୁଛନ୍ତି । ପ୍ରତ୍ୟେକ ଶନିବାର ସବୁ ବର୍ଗର ସ୍ବେଛାସେବୀ ଏହି ସେବା ଅଭିଯାନରେ ସାମିଲ ହୋଇ ସଫା କରିବେ । ୩ କିଲୋମିଟର ବଡଦାଣ୍ଡକୁ ୫ଟି ଭାଗରେ ବିଭକ୍ତ କରାଯାଇ ସ୍ବେଛାସେବୀଙ୍କ ଦ୍ୱାରା ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଇଛି l ଚିତ୍ରାଙ୍କନ, ଝୋଟି ଚିତା, ତର୍କ ପ୍ରତିଯୋଗିତା, ରଙ୍ଗୋଲି, ପଥପ୍ରାନ୍ତ ନାଟକ ପ୍ରଭୃତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି l କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ ମଧ୍ୟ କରାଯିବାର ଅଛି l ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ସୁନ୍ଦର ବାଲୁକା କଳା l ପୁରୀକୁ ସ୍ଵଛ ରଖିବା ପାଈଁ ବଡ ଦାଣ୍ଡ ସେବା କାର୍ଯ୍ୟକ୍ରମ ସଚେତନତା ସୃଷ୍ଟି କରିବା ଲକ୍ଷରେ ଏହି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି l । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବକ୍ତୃତା, ରଙ୍ଗୋଲି ଓ କୁଇଜ ଭଳି ପ୍ରତିଯୋଗିତା ହେବ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ । ଏଥିପାଇଁ ଅନଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି । ପ୍ରାୟ ଦେଢ ହଜାର ବ୍ୟକ୍ତି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ପରେ ଏହି ସଂଖ୍ୟାରେ ବୃଦ୍ଧି ହେବ ।