ଭୁବନେଶ୍ୱର: ଆଜିଠୁ ନବମ ଓ ଏକାଦଶ କ୍ଲାସ୍ର ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପାଠ ପଢିବେ। ସୋମବାର ଠାରୁ ଶନିବାର ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ କ୍ଲାସ୍ ହେବ। ଦୁଇ ଘଣ୍ଟା ଭିତରେ ୩ଟି ପିରିୟଡ ରହିବ। ଗଣିତ, ଇଂରାଜୀ, ବିଜ୍ଞାନ ଓ ସାମାଜିକ ବିଜ୍ଞାନକୁ ଦିଆଯିବ ଗୁରୁତ୍ୱ ଦିଆଯାଉଛି। ପ୍ରତି ଶ୍ରେଣୀ ଗୃହରେ ସମାଜିକ ଦୂରତା ରଖି ୨୦ରୁ ୨୫ ଛାତ୍ରଛାତ୍ରୀ ପଢ଼ିବେ। ସାମାଜିକ ଦୂରତା କାରଣରୁ ଅଧିକ ଶ୍ରେଣୀଗୃହ ସହ ଅଧିକ ଶିକ୍ଷକଙ୍କର ଆବଶ୍ୟକତା ରହିଛି। ଏଥିପାଇଁ ସ୍କୁଲ ଗୁଡିକରେ ସମସ୍ତ ପ୍ରସ୍ତୁତି ସରିଥିବାବେଳେ କୋଭିଡ ନିୟମ ପାଳନକୁ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ସ୍ଥିତିରେ ଯୋଗ୍ୟ ପ୍ରାଥମିକ ଓ ଅବସରପ୍ରାପ୍ତ ଶିକ୍ଷକ କ୍ଲାସ୍ ନେବେବୋଲି ସୂଚନା ରହିଛି। ନବମ ଓ ଏକାଦଶ ଶ୍ରେଣୀ ପାଇଁ ରବିବାର ଛୁଟି ରହିବ। କୋଭିଡ୍ ନିୟମାବଳୀ ଓ ଅଭିଭାବକଙ୍କ ଅନୁମତି ସହ ପାଠପଢ଼ା ଚାଲିବ। ଗତକାଲି ଭୁବନେଶ୍ୱର ଉତ୍କଳ ୟୁନିଭର୍ସିଟି ସ୍କୁଲ ପରିଦର୍ଶନ କରି ଚୁଡାନ୍ତ ପ୍ରସ୍ତୁତି ପରଖିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି।