ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ରାଜ୍ୟ ସରକାର ଏହାକୁ ସଫଳତାର ସହିତ ମୁକବିଲା ରାଜ୍ୟ ସରକାର ଟେଷ୍ଟିଂ ବଢାଇବାକୁ ନିଷ୍ପତି ନେଇଥିଲେ । ତେବେ ସରକାରଙ୍କର ଏହି ଘୋଷଣା ପରେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟାରେ ବୃଦ୍ଧୀ ଘଟିଥିବା ବେଳେ ଲୋକ ମାନେ ସେମାନଙ୍କର ରିପୋର୍ଟ ପାଇବାରେ ଅସୁବିଧା ଉପଲବ୍ଧ କରୁଥିବାରୁ ଆଜି ରାଜ୍ୟ ସରକାର ଏବେ ସମସ୍ତ ଟେଷ୍ଟିଂ ରିପୋର୍ଟ ରାଜ୍ୟ ସରକାରଙ୍କର ରାଜ୍ୟ ଡାସବୋର୍ଡରେ ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି । ଏଣିକି କରୋନା ଟେଷ୍ଟ ରିପୋର୍ଟ ପାଇଁ ଲ୍ୟାବକୁ ଯିବାକୁ ପଡିବନି କି ଅପେକ୍ଷା କରିବାକୁ ପଡିବନି। ଏଣିକି ୱେବସାଇଟରେ ମିଳିବ ଟେଷ୍ଟିଂ ରିପୋର୍ଟ। ଉଭୟ ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ ରିପୋର୍ଟ ୱେବସାଇଟରେ ଉପଲବ୍ଧ ହେବ। ଆଜିଠାରୁ ଏହି ଅନଲାଇନ ସୁବିଧା କରାଯାଇଥିବା କହିଛନ୍ତି ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ମନୋଜ ମିଶ୍ର ।ପରୀକ୍ଷା ରିପୋର୍ଟ ଅତ୍ୟନ୍ତ ସୁବିଧାଜନକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ‘5T’ ଅଧୀନରେ ଏହି ଆରଟି ପିସିଆର ରିପୋର୍ଟ ୱେବସାଇଟ୍ ଆରମ୍ଭ କରାଯାଇଛି। ବ୍ୟବହାରକାରୀଙ୍କ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଓଟିପି ଦ୍ୱାରା ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବରକୁ ରିପୋର୍ଟ ପଠାଯିବାର ବ୍ୟବସ୍ଥା ହୋଇଛି। ଜନସାଧାରଣଙ୍କ ସୁବିଧା ପାଇଁ https://covid19regd.odisha.gov.in/SamplCollectionDetails.aspx ୱେବସାଇଟକୁ https://statedashboard.odisha.gov.in ସହିତ ସଂଯୋଗ କରାଯାଇଛି । ଟେଷ୍ଟ କରିଥିବା ବ୍ୟକ୍ତି www.statedashboard.odisha.gov.in ପୋର୍ଟାଲ୍ରେ ଯାଇ know your covid test statusରେ କ୍ଲିକ କଲେ ନିଜର ମୋବାଲ ନମ୍ବର ଦେବାକୁ ପଡିବ। ପରେ ମୋବାଇଲକୁ ଏକ ଓଟିପି ଆସିବ। ସେହି ଓଟିପିକୁ ୱେବସାଇଟର ନିର୍ଦ୍ଧିଷ୍ଟ ବକ୍ସରେ ଟାଇପ କରି ପଠାଇ ଦେଲେ କିଛି ସମୟ ମଧ୍ୟରେ କୋଭିଡ଼ ଟେଷ୍ଟ ରିପୋର୍ଟ ପାଇପାରିବେ । ତେବେ ପୂର୍ବରୁ ଘରେ ନିଜର କରୋନା ଟେଷ୍ଟ କରିବାକୁ ଆବଶ୍ୟକ କିଟ୍କୁ ଆଇସିଏମଆର ଗ୍ରୀନ ସିଗ୍ନାଲ ଦେଇଛି। ଏହାର ଅର୍ଥ ଲୋକମାନେ ଏଣିକି ଘରେ ବସି ନିଜର କରୋନା ଟେଷ୍ଟ କରିପାରିବେ। ଦ୍ରୁତ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଆଇସିଏମଆର ଗୋଟିଏ ଟେଷ୍ଟ କିଟକୁ ଅନୁମୋଦନ ଦେଇଛି। ଏହି କିଟ୍ ଜରିଆରେ ଲୋକମାନେ ଘରେ ନାକ ବାଟେ ନିଜର କରୋନା ପରୀକ୍ଷା ପାଇଁ ନମୁନା ନେଇପାରିବେ। ଏଥିପାଇଁ ଆଇସିଏମଆର ଏକ ନୂତନ ଗାଇଡଲାଇନ ଜାରି କରିଛି।