ମହାପ୍ରଭୁ ଙ୍କ ରଥ ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଛି।ଗତକାଲି ତିନି ରଥରେ ଖପୁରୀ ସମେତ ପାରାଭାଡ଼ି କୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଙ୍ଗ ସମ୍ପୂର୍ଣ୍ଣ ହୋଇଥିଲା. ଆଜି ମହାରଣା ସେବକ ମାନେ ତିନି ରଥର ପ୍ରଭାଫ୍ରେମ ପ୍ରସ୍ତୁତ ପୂର୍ବକ ଫ୍ରେମରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ କରିଛନ୍ତି। ପ୍ରଭାରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଙ୍ଗ ବାକି ରହିଚି। ତିନି ରଥର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ ଏବଂ ପଛ ଢମକ ରେ ପାଞ୍ଚୋ ଗୋଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣୀ ପଡ଼ି କଣ୍ଟା ବସିବା ଶେଷ ହୋଇଚି। ତିନି ରଥର ଚାରି କୋଣ ମାନଙ୍କୁ ଛାଡି ବେଦୀ ଚାରି ପଟେ ପଟା ଵାଡିଆ କାର୍ୟ୍ୟ ଜାରୀ ରହିଛି, ତିନି ରଥକୁ ଦୁଆର ବେଢ଼ା ଉଠିବା ପରେ ଖାଲି ଥିବା ଏହି କୋଣ ଗୁଡିକରେ ପଟା ପକା କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଥାଏ।ରୂପକାର ସେବକ ମାନେ ତିନି ରଥର ଶେଷ ଦୁଇଟି ଲେଖାଏଁ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଁଚିଛି। ଚିତ୍ରକାର ସେବକ ମାନେ ତିନି ରଥର ହଂସ ପଟା, ଶିଖର ଡମ୍ବରୁ, ଅଁଳା, କନ୍ୟା ପଟା, ଥେକେରା ବାଡ, ୧୫ ରୁ ଉର୍ଦ୍ଧ ପାର୍ଶ୍ଵ ଦେବ ଦେବୀ ମୂର୍ତ୍ତି ରେ ରଙ୍ଗ କାର୍ୟ୍ୟ ଶେଷ କରି, ରଥ ଚକ, କୋଣ ଗୁଜ, ପଟା ଗୁଜରେ ରଙ୍ଗ କାର୍ୟ୍ୟ ଜାରୀ ରଖିଛନ୍ତି। ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ୧୦ ଟି ଲେଖାଏଁ ସିଂହାସନ ଗୁଣ୍ଠି କଣ୍ଟା, ଧୂଳି ଦଣ୍ଡା କଣ୍ଟା ଏବଂ ପ୍ରଭା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।ଦରଜୀ ସେବକ ମାନେ ତିନି ରଥର ବତା କନାରେ ଲେସ ଫିଟିଙ୍ଗି ସହ ଦୁଆର ବେଢ଼ା ଏବଂ ଚନ୍ଦ୍ର ଶାଳୀ ରେ ଜରି ଲେସ ସହ ଫୁଲ ପକା ଷ୍ଟିଚିଙ୍ଗ କାର୍ୟ୍ୟ ଜାରୀ ରଖିଛନ୍ତି।