ଜନ୍ମରୁ ଦେଖି ନାହାନ୍ତି ଦୁନିଆ। ଏକଥା କେବେବି ଏମାନଙ୍କ ମନୋବଳକୁ ଭାଙ୍ଗିନାହିଁ। ଆଖିକୁ ଦେଖାଯାଉନଥିଲେ ବି ଏମାନେ ଅଗ୍ନୀକୁ ସାକ୍ଷୀ ରଖି ପରସ୍ପରକୁ ବିବାହ କରିଛନ୍ତି। ଆମେ କହୁଛୁ କଖଡ଼ି ବରମପୁର ଗାଁର ମୁନା ନାୟକ ଓ ଶିମିଳିହାଣ୍ଡ ଗ୍ରାମର ରିନୁ ନାୟକ। ଦୁହେଁ ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ହେଁ ପରସ୍ପରକୁ ବିବାହ କରି ଅନ୍ୟମାନଙ୍କ ଉଦାହରଣ ସୃଷ୍ଟି କରିଛନ୍ତି । ଗ୍ରାମବାସୀ ଓ ଦୁଇ ପରିବାରର ସହମତିରେ ଦୁଇଜଣ ପରସ୍ପରକୁ ରାଧାମାଧବ ମଠରେ ବିବାହ କରିଛନ୍ତି। ମୁନା ନାୟକ ଜନ୍ମରୁ ଦୁନିଆ ଦେଖନାହାନ୍ତି। ସେ ମାତ୍ର ୩ ବର୍ଷର ହୋଇଥିଲେ ମା’ ଛାଡ଼ି ଚାଲିଯାଇଥିଲେ। ଆଉ ୫ ବର୍ଷ ହୋଇଥିଲା ବେଳେ ବାପା ମଧ୍ୟ ଆରପାରିକୁ ଚାଲିଗଲେ। ଏହାପରେ ମୁନା ମାମୁଁଘରେ ରହି ଦଶମ ଯାଏ ପାଠ ପଢିଛନ୍ତି। ମୁନା ଦୁନିଆକୁ ସିନା ଦେଖିନାହାନ୍ତି କିନ୍ତୁ ସେ କେବେ ବି ନିଜକୁ ଅକ୍ଷମ ଭାବି ନାହାନ୍ତି। ସେଥିପାଇଁ ସେ ବିଭିନ୍ନ ଅନୁଷ୍ଠାନରେ ସଂଗୀତ ପରିବେଷଣ କରିବା ସହ ଟ୍ରେନରେ ଗୀତ ଗାଇ ଯାତ୍ରୀଙ୍କ ମନୋରଞ୍ଜନ କରନ୍ତି।