କେନ୍ଦ୍ରାପଡ଼ା: ଟିକେ ଭଲକରି ଦେଖନ୍ତୁ ଏହି ଭିଡିଓକୁ, କେଉଁଭଳି ଦିନ ଦ୍ବିପ୍ରହରେ ଆଖିରେ ଆଙ୍ଗୁଳିଗେଞ୍ଜି ଲୋକଙ୍କୁ ମାରୁଛନ୍ତି ଚୂନା । ଢ଼ଳେଇ ନାଁରେ ମାଟି ମିଶା ଗୋଡ଼ି ସାଙ୍ଗକୁ ଫିଲିଙ୍ଗ ବାଲିରେ ଚାଲିଛି ରାସ୍ତା କାମ । ବିରୋଧ କଲେ ମିଳୁଛି ସିଧାସଳଖ ଧମକ । ଜନତାଙ୍କ ପାଇଁ ରାଜକୋଷରୁ ଖର୍ଚ୍ଚ କରାଯାଉଥିବା ଅର୍ଥ କିଭଳି ଦିନ ଦ୍ୱିପ୍ରହରରେ ସର୍ବ ସମୁଖରେ ହରିଲୁଟ ହରିଲୁଟ ହୋଇପାରେ ଏହା ହେଉଛି ତାର ଏକ ଜ୍ବଳନ୍ତ ଚିତ୍ରି । ତେବେ ଏହି ଚିତ୍ର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତ ଯଶୋର ଗାଁର । ପାଖାପାଖି ୧ କିମିର ଢ଼ଳେଇ ରାସ୍ତାକୁ ମନମୁଖୀ ଚଳାଇଛନ୍ତି ଠିକାଦାର । ରାସ୍ତାକୁ କିଭଳି ମାଟି ମିଶା ଗୋଡି ଶହ ଫିଲିଙ୍ଗ ବାଲିରେ ଢ଼ଳେଇ କରାଯାଉଛି । ନିନ୍ନମାନର ରାସ୍ତା କୁ ନେଇ ଅଭିଯୋଗ କରୁଛନ୍ତି ଗ୍ରାମବାସୀ । ତେବେ ଗ୍ରାମବାସୀଙ୍କ କଥା ଏବଂ ଏହି ଚିତ୍ର ଦେଖିଲେ ଲାଗୁଛି କେମିତି ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ହୋଇପାରେ ସର୍ବସାଦାରଣଙ୍କ ଅର୍ଥ ଆତ୍ମସାତ । ତାହା ଏଠି ଜଳ ଜଳ କି ଦିଶୁଛି । ତେବେ ଘଟଣା କୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ୍ୟ କୌଣସି ଲାଭ ମିଳିନଥିଲା । ଅନ୍ୟ ପଟେ ଠିକାଦାରଙ୍କ ଶହ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି, ଶୁଣି ନିଅନ୍ତୁ କଣ କହୁଛନ୍ତି ଠିକାଦାର । ତେବେ ପ୍ରଶ୍ନ ଆସୁଛି ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ନାହିଁ ନା ସବୁ ଜାଣିସୁଣି ଚୁପ ରହିଛନ୍ତି । ଖାଲି ସେତିକି ନୁହେଁ ଯଦି ଭବିଷ୍ୟତ ରେ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କର କିଛି ଅଘଟଣ ଘଟେ, ତେବେ ସେଥିପାଇଁ ଦାଈ କିଏ ରହିବ ? ନାଆକସ୍ମିକ ଦୁର୍ଘଟଣା କହି ଏଡାଇଦିଆଜିବ । ଆଉ ସେତେବେଳେ ଉତ୍ତର ଦାୟୀ ହେବ କିଏ ? ବିଭାଗୀୟ ଅଧିକାରୀ ନାଁ ଠିକାଦାର ? ତେବେ ଖବର ପ୍ରସାରଣ ପରେ କଣ ନିଆଜାଉଛି କାର୍ୟ୍ୟାନୁଷ୍ଠାନ ତାହା ଦେଖିବାକୁ ବାକିରହିଲା ।