ଆଉ ଦୁଇ କଂଗ୍ରେସ ବିଧାୟକ ନିଲମ୍ବିତ । ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ନିଲମ୍ବନ କଲେ ବାଚସ୍ପତି । ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ । ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକଙ୍କୁ ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରାଯାଇଛି । ଗତକାଲି ୧୨ କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ କରାଯାଇଥିଲା । ବାକି ଦୁଇ ବିଧାୟକଙ୍କୁ ଆଜି ନିଲମ୍ବନ କଲେ ବାଚସ୍ପତି । ବର୍ତ୍ତମାନ ସୁଦ୍ଧା କଂଗ୍ରେସର ସମସ୍ତ ୧୪ ବିଧାୟକ ସସ୍ପେଣ୍ଡ ହୋଇଛନ୍ତି । ତାରା ବାହିନୀପତି ଓ ରମେଶ ଜେନାଙ୍କୁ ଆଜି ନିଲମ୍ବନ କରିଛନ୍ତି ବାଚସ୍ପତି। ଆଜି କଂଗ୍ରେସ ବିଧାୟକ ଓ ସମର୍ଥକ ଧାରଣାରୁ ଉଠି ବିଧାନସଭା ଗେଟ୍ ଭାଙ୍ଗି ଧସେଇ ପଶିବା ପରେ ଦୁଇ ବିଧାୟକଙ୍କ ନିଲମ୍ବନ ଖବର ଆସିଛି । ଏହାକୁ ନେଇ ରାଜ୍ୟ ରାଜନୀତି ଖୁବ୍ ସରଗରମ ହେବାରେ ଲାଗିଛି। ପୂର୍ବରୁ ତାରାଙ୍କୁ ସପ୍ତାହକ ପାଇଁ ନିଲମ୍ବନ କରାଯାଇଥିବାବେଳେ ଆଜି ପୁଣିଥରେ ତାଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା ପରେ କଂଗ୍ରେସର ୧୨ ବିଧାୟକ ରାମଚନ୍ଦ୍ର କାଡାମ, ସିଏସ ରାଜନ ଏକ୍କା, ଦାଶରଥୀ ଗମାଙ୍ଗ,ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ,ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା ,କାଡ୍ରାକା ଆପାଲାସ୍ବାମୀ, ସୋଫିଆ ଫିର୍ଦ୍ଦୋସ ଓ ନୀଳମାଧବ ହିକ୍କକାଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି ।