ଦିଲ୍ଲୀ କ୍ୟାପିଟାଲ୍ସ କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର । ଆଇପିଏଲ ୨୦୨୪ ପାଇଁ ୱିକେଟ କିପର ତଥା ବ୍ୟାଟର ରିଷଭ ପନ୍ତଙ୍କୁ ଫିଟ ଘୋଷଣା କଲା ବିସିସିଆଇ । ତାଙ୍କୁ ଫିଟନେସ ସାର୍ଟିଫିକେଟ ମିଳିଛି । ଯାହାଫଳରେ ସେ ଆଗାମୀ ଆଇପିଏଲରେ ଖେଳିପାରିବେ । ଆଉ ଏବେ ଆଇପିଏଲ ୨୦୨୪ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଅଧିନାୟକତ୍ୱ କରିବେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ ଖେଳନ୍ତି ଯୁବ ୱିକେଟ କିପର ରିଷଭ ପନ୍ତ । ତେବେ ୨୨ ମାର୍ଚ୍ଚରୁ ଆରମ୍ଭ ହେବ ଚଳିତ ଆଇପିଏଲ । ଆଇପିଏଲ-୨୦୨୪ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ୧୪ମାସ ପରେ କ୍ରିକେଟ ଗ୍ରାଉଣ୍ଡକୁ କମବ୍ୟାକ କରିବାକୁ ଯାଉଛନ୍ତି । ଆଇପିଏଲ-୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଅଧିନାୟକ ଦାୟିତ୍ୱ ସହ ପଡିଆରେ ଏଂଟ୍ରି କରିବେ ରିଷଭ ପନ୍ତ । ତେବେ ୨୦୨୨ ଡିସେମ୍ବର ୩୦ ତାରିଖରେ ତାଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭୟଙ୍କର କାର ଦୁର୍ଘଟଣା ପରେ ଗୁରୁତର ଆହତ ହୋଇଥିଲେ ପନ୍ତ । ପରେ ଦୀର୍ଘ ୧୪ ମାସ ଧରି ଚିକିତ୍ସା ଓ ବ୍ୟାୟାମ ଆଦି ପରେ ପୁରା ସୁସ୍ଥ ହୋଇଛନ୍ତି ପନ୍ତ । ଆଉ ଏବେ ଆଇପିଏଲ ଖେଳିବା ପାଇଁ ମଧ୍ୟ ତାଙ୍କୁ ଫିଟନେସ ସାର୍ଟିଫିକେଟ ପ୍ରଦାନ କରିଛି ବିସିସିଆଇ ।