ସୁନ୍ଦରଗଡ଼: ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ ପାଇଁ ସର୍ତ୍ତମୂଳକ ଅନଲାଇନ ଜୁଆ ଖେଳିବା ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ କରିଛି ଟାଉନ ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ନଗଦ ୫ ଲକ୍ଷ ୧୭ ହଜାର ୨ ଶହ ଟଙ୍କା , ଗୋଟିଏ ଲାପଟପ,୬ ଟି ସ୍ମାର୍ଟ ଫୋନ , ଗୋଟିଏ କି ପ୍ୟାଡ ମୋବାଇଲ , ୩ ମୋଟର ସାଇକେଲ ଓ ବହୁ ସଂଖ୍ୟକ ଡେବିଟ ଓ କ୍ରେଡିଟ କାର୍ଡ ଜବତ କରିଛି ପୋଲିସ । ଏହାସହ ଆଜି ସନ୍ଧ୍ୟାରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା କଥା ସଦର ଏସଡ଼ିପିଓ କହିଛନ୍ତି । ତେବେ ଏନେଇ ସଦର ଏସଡିପିଓ ଖବର ପାଇବା ପରେ ଏକ ଟିମ ଗଠନ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ – ସୁନ୍ଦରଗଡ଼ ଭିତ୍ରିଆପଡାର ମିଥୁନ ସାହୁ, ସଞ୍ଜୟ ସାହୁ, ସଞ୍ଜୟ କୁମାର ସାହୁ ଓ ସୁନ୍ଦରଗଡ଼ ଖମାରି ପଡାର ସୁବୋଧ ଚୌଧୁରୀ । ପୋଲିସ ଏମାନଙ୍କର ଅନ୍ୟ ସମ୍ପୃକ୍ତି ବିଷୟରେ ଅଧିକ ତଦନ୍ତ ଚାଲୁ ରଖିଥିବା ସଦର ଏସଡ଼ିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି
Plugin Install : Subscribe Push Notification need OneSignal plugin to be installed.