ନୂଆଦିଲ୍ଲୀ : ଫେବ୍ରୁଆରୀ ୧୮ରୁ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ୧୦୯୭ ଜଣ ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରେ ଅଛନ୍ତି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ଚଳିତ ଆଇପିଏଲରେ ଅର୍ଜୁନ ତେନ୍ଦୁଲକର ଖେଳୁଥିବା ନଜର ଆସିଲେ ଚକିତ କଲା ଭଳି କଥା ନୁହେଁ। ସେ ନିଜର ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରଖିଛନ୍ତି। ଅର୍ଜୁନ ଆଇପିଏଲରେ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସର ନେଟ୍ ବୋଲର ରହି ଆସିଛନ୍ତି। ସେ ଚଳିତ ବର୍ଷ ସୟଦ ମୁସ୍ତାକ ଅଳ୍ଲୀ ଟ୍ରଫି ମଧ୍ୟ ଖେଳିଛନ୍ତି। ବାମହାତୀ ବୋଲର ଅର୍ଜୁନ ଏହି ଟୁର୍ଣ୍ଣାମେଣ୍ଟରେ ୩ ଓଭରରେ ୩୪ ରନ୍ ବ୍ୟୟ କରି ଗୋଟିଏ ଓ୍ୱିକେଟ୍ ନେଇଥିଲେ।ଏହି ନିଲାମ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମଧ୍ୟରେ ହେବ। ଭାରତୀୟ ସମୟାନୁସାରେ ଦିନ ୩ଟାରେ ଏହା ଆରମ୍ଭ ହେବ। କିଙ୍ଗସ୍ ଏକାଦଶ ପଞ୍ଜାବ ସର୍ବାଧିକ ୫୩.୨୦ ଟଙ୍କା ଧରି ନିଲାମକୁ ଓହ୍ଲାଇବ। ସେହିପରି ଆରସିବି ୩୫.୯୦ କୋଟି, ରାଜସ୍ଥାନ ରୟାଲ୍ସ ୩୪.୮୫ କୋଟି, ସିଏସକେ ୨୨.୯୦ କୋଟି ଓ ମୁମ୍ବାଇ ୧୫.୩୫ କୋଟି ଏବଂ ଦିଲ୍ଲୀ ୧୨.୯ କୋଟି ଧରି ନିଲାମରେ ସାମିଲ ହେବ। ସେହିପରି କେକେଆର ଓ ଏସଆରଏଚ ୧୦.୭୫ କୋଟି ଟଙ୍କା ଧରି ନିଲାମ ପ୍ରକ୍ରିୟାରେ ସାମିଲେ ହେବେ।