ମହିଳା ସଂରକ୍ଷିତ ବିଲ୍ ଆଜି ଆଇନରେ ପରିଣତ ହୋଇ ଯାଇଛି . ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହର ପରେ ସଂସଦରେ ପାରିତ ହୋଇ ଯାଇଛି । ସର୍ବସମ୍ମତିକ୍ରମରେ ମହିଳା ସଂରକ୍ଷଣ ବିଲ୍ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା।
ମହିଳା ସଂରକ୍ଷଣ ବିଲକୁ ପାରିତ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଡାକିଥିଲେ। ସଂସଦର ନୂଆ ବିଲଡିଂରେ ପ୍ରଥମ ବିଲ୍ ଭାବେ ଏହାକୁ ଆଗତ କରାଯାଇଥିଲା। ଉଭୟ ସଦନରେ ଏହା ଉପରେ ୧୫୦ରୁ ଅଧିକ ସଦସ୍ୟ ନିଜର ମତ ରଖିଥିଲେ। ଏହାପରେ ଏହି ବିଲ୍ ପାରିତ ହୋଇଥିଲା।
ଆଜି ରାଷ୍ଟ୍ରପତି ମୁର୍ମୁ ଏହି ବିଲକୁ ମଞ୍ଜୁରୀ ଦେବାରୁ ଏହା ଆଇନରେ ପରିଣତ ହୋଇଯାଇଛି। ମହିଳାଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଏଥିରେ ରହିଛି। ରାଷ୍ଟ୍ରପତିଙ୍କ ପାଖକୁ ଏହି ବିଲ ପଠାଇବା ପୂର୍ବରୁ ଆଜି ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକର ଏହା ଉପରେ ମୋହର ମାରିଥିଲେ।